ବିଜେଡି ପରାଜୟ ଭୟରେ ବୁଥ ଜବର ଦଖଲକୁ ଶେଷ ଅସ୍ତ୍ର କରିଛି: ବିଜେପି

ଭୁବନେଶ୍ୱର: ଶାସକ ବିଜେଡିକୁ ଘାରିଛି ପରାଜୟର ଭୟ । ରାଜ୍ୟର ସବୁ ଆଡେ ଏବେ ବୋହୁଥିବା ବିଜେଡିର ପ୍ରତିକୁଳ ହାଓାକୁ ସାମ୍ନା କରିପାରୁନି ବିଜୁ ଜନତା ଦଳ । ସେଥି ପାଇଁ ବିଜେଡି ନିର୍ବାଚନି ହିଂସା, ରାଜନୈତିକ ହତ୍ୟାକାଣ୍ଡ, ବୁଥ ରିଙ୍ଗି, ବୁଥ କ୍ୟାପଚରିଙ୍ଗ ବାଟକୁ ଆପଣେଇଛି । ଗତକାଲି ସତ୍ୟବାଦି ନିର୍ବାଚନ ମଣ୍ଡଳରେ ମତଦାନ ବେଳେ ଶାସକ ଦଳର ଗୁଣ୍ଡା ଏବଂ ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନଙ୍କ ଦ୍ୱାରା ୬ରୁ ଅଧିକ ବୁଥରେ ରିଙ୍ଗି, ବୁଥ କ୍ୟାପଚରିଙ୍ଗ,
 

ଭୁବନେଶ୍ୱର: ଶାସକ ବିଜେଡିକୁ ଘାରିଛି ପରାଜୟର ଭୟ । ରାଜ୍ୟର ସବୁ ଆଡେ ଏବେ ବୋହୁଥିବା ବିଜେଡିର ପ୍ରତିକୁଳ ହାଓାକୁ ସାମ୍ନା କରିପାରୁନି ବିଜୁ ଜନତା ଦଳ । ସେଥି ପାଇଁ ବିଜେଡି ନିର୍ବାଚନି ହିଂସା, ରାଜନୈତିକ ହତ୍ୟାକାଣ୍ଡ, ବୁଥ ରିଙ୍ଗି, ବୁଥ କ୍ୟାପଚରିଙ୍ଗ ବାଟକୁ ଆପଣେଇଛି । ଗତକାଲି ସତ୍ୟବାଦି ନିର୍ବାଚନ ମଣ୍ଡଳରେ ମତଦାନ ବେଳେ ଶାସକ ଦଳର ଗୁଣ୍ଡା ଏବଂ ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନଙ୍କ ଦ୍ୱାରା ୬ରୁ ଅଧିକ ବୁଥରେ ରିଙ୍ଗି, ବୁଥ କ୍ୟାପଚରିଙ୍ଗ, ବିଜେପି ଏଜେଂଟକୁ ମାଡ, ବିଜେପିର ଗାଡି ଭଙ୍ଗାରୁଜା କରାଯାଇଛି ।

ଏପରିକି ସେଠାକାର ପୋଲିଙ୍ଗ ଅଫିସର ଶାସକ ଦଳର ଏହି ବେନିୟମକୁ ସମର୍ଥନ କରିବା ସହ ଓଲଟି ବିଜେପିର ବିଧାୟକ ପାର୍ଥୀଙ୍କ ନାଁରେ ମିଛ ମୋକଦ୍ଦମା ରୁଜୁ କରିବା ଭଳି ଅସମ୍ବିଧାନିକ କାମ କରିଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟିବା ସହ ସମ୍ପୃକ୍ତ ବୁଥରେ ସାନିମତଦାନ, ବୁଥ ଜବର ଦଖଲ କରିଥିବା ବିଜେଡିର ବିଧାୟକ ପାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ସତ୍ୟବାଦି ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୭୮, ୯୦, ୧୦୧, ୧୦୭, ୧୦୮,୧୦୯ ରେ ଶାସକ ଦଳ ଦ୍ୱାରା ବୁଥ ଜବରଦଖଲ ହେବା ସହ ବିଜେପିର ବୁଥ ଏଜେଂଟଙ୍କୁ ଆକ୍ରମଣ ହୋଇଛି । ଏହି ସବୁ ବୁଥକୁ ସମ୍ବେଦନଶୀଳ ବୁଥ ଭାବରେ ଘୋଷଣା କରିବା ପାଇଁ ଆଗରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ପକ୍ଷ୍ୟରୁ ଦାବି କରାଯାଇଥିଲା । ହେଲେ ମୁଖ୍ୟ ନିର୍ବାଚନ ଅଧିକାରି ଏହାକୁ ସମ୍ବେଦନଶୀଳ ବୁଥ ଭାବେ ଘୋଷଣା କରି ନଥିଲେ । ସତ୍ୟବାଦିର ଶାସକ ଦଳର ବିଧାୟକ ଏବଂ ଏବେର ବିଧାୟକ ପାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ନିଜ ଗାଁ ଓ ତାର ପାଖରେ ଆସୁଥିବା ଏହି ବୁଥ ଗୁଡିକରେ ଗତକାଲି ଭାରତୀୟ ଜନତା ପାର୍ଟୀର ବୁଥ ଏଜେଂଟମାନଙ୍କୁ ଶାସକ ବିଜେଡିର ଗୁଣ୍ଡାମାନେ ବୁଥରୁ ବାହାର କରି ଦେଇଥିଲେ ।

ବିଧାୟକ ଉମା ସାମାନ୍ତରାୟଙ୍କ ଲୋକମାନେ ଏହା ପରେ ବୁଥକୁ ନିଜ କବଜାକୁ ନେଇ ଶାସକ ଦଳ ସପକ୍ଷରେ ଭୋଟ କରାଇଥିଲେ । ଏହି ସମୟରେ ସେଠାରେ ଥିବା ପ୍ରିଜାଇଡିଙ୍ଗ ଅଫିସର, ପୋଲିଙ୍ଗ ଅଫିସରଙ୍କ କାର୍ଯ୍ୟକଳାପ ଶାସକ ଦଳକୁ ସମ୍ପୃର୍ଣ୍ଣ ସୁହାଇଲା ଭଳି ଥିଲା । ଏହାର ପ୍ରତିରୋଧ କରୁଥିବା ବେଳେ ବୁଥ ନମ୍ବର ୧୦୧ (ଦୋଛିଁଆ)ରେ ବିଜେପିର ବରିଷ୍ଠ ନେତା କୃଷ୍ଟଜଗଦେବଙ୍କୁ ଶାସକ ଦଳର ଗୁଣ୍ଡାମାନେ ମାଡ ମାରିବା ସହ ତାଙ୍କ ଗାଡିକୁ ଭାଙ୍ଗି ଦେଇଛନ୍ତି ।

ସେହିପରି ବିରକେଶରିପୁରର ୭୮ ନମ୍ବର ବୁଥରେ ବିଜେପିର ବୁଥ ଏଜେଂଟଙ୍କୁ ଆକ୍ରମଣ କରାଯାଇଛି । ଶାସକ ଦଳର ଗୁଣ୍ଡାମାନେ ଏପରି କରିଥିବା ବେଳେ ପୋଲିସ କିନ୍ତୁ ଉଦ୍ଦେଶ୍ୟମୁଳକ ଭାବେ ବିଜେପିର ବିଧାୟକ ପାର୍ଥୀ ଓମପ୍ରକାଶ ମିଶ୍ରଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି । ଓମପ୍ରକାଶଙ୍କ ନାଁରେ ହୋଇଥିବା ମିଛ ମୋକଦ୍ଦମାକୁ ପୋଲିସ ତୁରନ୍ତ ପ୍ରତ୍ୟାହାର କରୁ ବୋଲି ବିଜେପିର ଏହି ପ୍ରତିନିଧି ଦଳ ଦାବି କରିଛି ।

ସମ୍ପୃକ୍ତ ୬ଟି ବୁଥରେ ସାନିମତଦାନ, ସମ୍ପୃକ୍ତ ବୁଥରେ ଲାଗିଥିବା ଭିଡିଓ ଫୁଟେଜ ଆଧାରରେ ଶାସକ ଦଳର ଗୁଣ୍ଡାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ସେଠାରେ ନିୟୋଜିତ ହୋଇଥିବା ପୋଲିଙ୍ଗ ଅଫିସରମାନେ ଶାସକ ଦଳକୁ ସୁହାଇଲା ପରି କାମ କରିଥିବାରୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପିର ଏହି ପ୍ରତିନିଧି ଦଳ ଦାବି କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, କୃଷକମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଲ, ରଂଜନ ମଙ୍ଗରାଜ ପ୍ରମୁଖ ସାମିଲ ଥିଲେ ।