ମୋଦିଙ୍କୁ ନବୀନଙ୍କ କଡ଼ା ଜବାବ, ‘ବିଜେଡି ସରକାର ପୁଣି ଆସିବ, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଡ଼ିଶା ଗସ୍ତରେ ଆସି କହିଥିଲେ ରାଜ୍ୟରୁ ବିଜେଡି ସରକାର ଗଲାପରେ ସେ ପୁଣି ଓଡ଼ିଶା ଆସିବେ । ଯାହାର କଡ଼ା ଜବାବ ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ତୃତୀୟ ପର୍ଯ୍ୟାୟ ଭୋଟ ପରେ ଓଡିଶାବାସୀଙ୍କ ଆଶିର୍ବାଦରେ ବିଜେଡି ବହୁ ମତ ପାଇସାରିଲାଣି । ଏଥର ବିଜେଡି ଜୀତିବ । ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଆଗରୁ ଅତିଥି ଭାବରେ ଯୋଗ
 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଓଡ଼ିଶା ଗସ୍ତରେ ଆସି କହିଥିଲେ ରାଜ୍ୟରୁ ବିଜେଡି ସରକାର ଗଲାପରେ ସେ ପୁଣି ଓଡ଼ିଶା ଆସିବେ । ଯାହାର କଡ଼ା ଜବାବ ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ତୃତୀୟ ପର୍ଯ୍ୟାୟ ଭୋଟ ପରେ ଓଡିଶାବାସୀଙ୍କ ଆଶିର୍ବାଦରେ ବିଜେଡି ବହୁ ମତ ପାଇସାରିଲାଣି । ଏଥର ବିଜେଡି ଜୀତିବ । ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଆଗରୁ ଅତିଥି ଭାବରେ ଯୋଗ ଦେବାକୁ ମୋଦୀଜୀଙ୍କୁ ନମ୍ରତାର ସହ ଅନୁରୋଧ ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଲେଶ୍ୱରରେ ନିଜ ଅଭିଭାଷଣ ରଖି ଏପରି ମୋଦିଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି । ଆରମ୍ଭ ହିଁ ନବୀନ କହିଥିଲେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ସେ ପୁଣି କହିଥିଲେ, “ବାଲେଶ୍ୱରରେ ମେଡିକାଲ କଲେଜ ହେଲା, ଆପଣମାନେ ଖୁସି ତ ? ବାଲେଶ୍ୱର ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଦେଇଛି ମାତ୍ର ୧୦୦ କୋଟି ଟଙ୍କା । ଜଣେ ଓଡିଆ କେନ୍ଦ୍ର ମନ୍ତ୍ରୀ ବାଲେଶ୍ୱର ମେଡିକାଲ କଲେଜକୁ ବିରୋଧ କରୁଥିଲେ । ରାଜ୍ୟ ସରକାର ସୁପ୍ରିମ୍ କୋର୍ଟର ଏମପାୱାରର୍ଡ କମିଟି ପାଖରୁ ଅନୁମତି ନେଇ ମେଡିକାଲ କଲେଜ କରିଛନ୍ତି ।”

“ସେଇ ଓଡିଆ କେନ୍ଦ୍ରମନ୍ତ୍ରୀ ଏହୀ ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ । ଏ କି ପ୍ରକାର ରାଜନୀତି । ଲୋକଙ୍କ ଉପକାରଠାରୁ ନିଜ ସ୍ୱାର୍ଥ କ’ଣ ବଡ । ଫକରୀମୋହନଙ୍କ ମାଟିର ସ୍ୱାଭିମାନୀ ଓଡିଆ ଏହାର ଉଚିତ୍ ଜବାବ ଦେବେ । ସାଢେ ୪କୋଟି ଓଡିଆ ମୋର ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କର ସେବା କରି ଚାଲିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ,” ବୋଲି କହି ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣ ଶେଷ କରିଥିଲେ ।