ବିଜେଡ଼ିର ସଙ୍ଗୀନ ଅଭିଯୋଗ: ଇମ୍ଫା ଓ ଓରଟେଲ୍ କର୍ମଚାରୀଙ୍କୁ କେନ୍ଦ୍ରାପଡ଼ା ପ୍ରଚାରରେ ଲଗାଇଛନ୍ତି ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ନିଜର ସବୁ କଳବଳ ଲଗାଇ ଦେଇଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବେଆଇନ ଭାବେ ଇମ୍ଫା ଏବଂ ଓଟିଭି କର୍ମଚାରୀଙ୍କୁ ନିଜର ନିର୍ବାଚନ ପ୍ରଚାର କାମରେ ନିୟୋଜିତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡ଼ି । ବିଜେଡ଼ି ମୁଖପାତ୍ର ଡ.ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ କହିଛନ୍ତି, କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଇମ୍ଫାର ଉପାଧ୍ୟକ୍ଷ ରହିବା
 

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ନିଜର ସବୁ କଳବଳ ଲଗାଇ ଦେଇଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବେଆଇନ ଭାବେ ଇମ୍ଫା ଏବଂ ଓଟିଭି କର୍ମଚାରୀଙ୍କୁ ନିଜର ନିର୍ବାଚନ ପ୍ରଚାର କାମରେ ନିୟୋଜିତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡ଼ି ।

ବିଜେଡ଼ି ମୁଖପାତ୍ର ଡ.ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ କହିଛନ୍ତି, କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଇମ୍ଫାର ଉପାଧ୍ୟକ୍ଷ ରହିବା ସହ ଓଟିଭି ସେୟାରହୋଲଡିଂ ମାଲିକାନା ରଖିଥିବା ଓରଟେଲ୍ କମ୍ପାନୀର ନିର୍ଦ୍ଦେଶକ । ଇମ୍ଫା ଏବଂ ଓଟିଭି ହେଉଛନ୍ତି ପବ୍ଲିକ୍ ଲିମିଟେଡ଼ କମ୍ପାନୀ । ଆଇନତଃ, ନିଜ ପଦବୀ ବଳରେ ଏହି ଦୁଇଟି ସଂସ୍ଥାର କର୍ମଚାରୀମାନଙ୍କୁ ବୈଜୟନ୍ତ ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ । ସେଥିପାଇଁ ସଂସ୍ଥାର ଅଡିଟ୍ ଏବଂ ସେୟାର ହୋଲଡ଼ରଙ୍କ ଅନୁମୋଦନ ଦରକାର । ମାତ୍ର ଏହି ଦୁଇଟି ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ବୈଜୟନ୍ତ କେନ୍ଦ୍ରାପଡ଼ାରେ ନିଜର ନିର୍ବାଚନ ପ୍ରଚାର କାମରେ ଲଗାଇଛନ୍ତି ।

ଇମ୍ଫା କର୍ମଚାରୀମାନଙ୍କୁ ପ୍ରଚାର ଏବଂ ତାଙ୍କ ପାଇଁ ନିର୍ବାଚନ ମିଟିଂ ଆୟୋଜନ କାମରେ ଲଗାଯାଇଥିବା ବେଳେ ଓଟିଭିର ସବୁ ଟିମ୍ କୁ କେନ୍ଦ୍ରାପଡ଼ାରେ ନିୟୋଜିତ କରାଯାଇ ବୈଜୟନ୍ତଙ୍କ ସପକ୍ଷରେ ଏକପାଖିଆ ଖବର ପରିବେଷଣ କରାଯାଉଛି । ସେଥିପାଇଁ ଇମ୍ଫା ଏବଂ ଓଟିଭି ଅଡିଟ୍ ଏବଂ ସେୟାର ହୋଲଡରଙ୍କ ଅନୁମୋଦନ ନିଆଯାଇନାହିଁ ।

ଏହି ଦୃଷ୍ଟିରୁ ଇମ୍ଫା ଏବଂ ଓଟିଭି ଟିମ୍ କୁ ଜଣେ ଜଣେ ମାଜିଷ୍ଟ୍ରେଟ୍ ଙ୍କ ନଜରରେ ରଖି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ସେମାନଙ୍କ କାର୍ଯ୍ୟକୁ ମନିଟର୍ କରିବାକୁ ବିଜେଡ଼ି ମୁଖପାତ୍ର ଦାବି କରିଥିବା ବେଳେ ଓଟିଭିରେ ବୈଜୟନ୍ତଙ୍କ ସପକ୍ଷରେ ଏବଂ ବିଜେଡ଼ି ବିରୋଧରେ ଯୋଜନାବଦ୍ଧ ଖବରକୁ ପେଡ୍ ନ୍ୟୁଜ୍ ଭାବେ ବିବେଚନା କରିବାକୁ ଦାବି କରିଛନ୍ତି । ଏହି ମର୍ମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମଧ୍ୟ ଏକ ସ୍ମାରକପତ୍ର ଦେଇଛନ୍ତି ବିଜେଡ଼ି ପ୍ରତିନିଧି ଦଳ ।