ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ, ଦମ ଦେଖାଇଲେ ହେଭିୱେଟ

ଭୁବନେଶ୍ୱର: ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ଆଜି ପ୍ରଚାରର ଶେଷ ଦିନ ହୋଇଥିବରୁ, ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ନିଜ ନିଜର ଆସ୍ଥା ଜମାଇବା ନିମନ୍ତେ ଓ ନିର୍ବାଚନ ଗାଦି ହାସଲ ନିମନ୍ତେ ପ୍ରମୁଖ ଦଲମାନେ ରୋଡ଼ ସୋ, ମାରାଥନ ରାଲି, ସମାବେଶ ଓ ଡୋର ଟୁ ଡୋର ବୁଲି ଦଳୀୟ
 

ଭୁବନେଶ୍ୱର: ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ଆଜି ପ୍ରଚାରର ଶେଷ ଦିନ ହୋଇଥିବରୁ, ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ।

ନିଜ ନିଜର ଆସ୍ଥା ଜମାଇବା ନିମନ୍ତେ ଓ ନିର୍ବାଚନ ଗାଦି ହାସଲ ନିମନ୍ତେ ପ୍ରମୁଖ ଦଲମାନେ ରୋଡ଼ ସୋ, ମାରାଥନ ରାଲି, ସମାବେଶ ଓ ଡୋର ଟୁ ଡୋର ବୁଲି ଦଳୀୟ ପ୍ରାର୍ଥୀ ମାନେ ପ୍ରଚାରରେ ଲାଗିପଡିଥିଲେ ।

ଚତୁର୍ଥ ପର୍ଯ୍ୟାୟର ପ୍ରଚାର ପାଇଁ ଶନିବାର ଶେଷ ଦିନ ହୋଇଥିବାରୁ ଯାଜପୁରର ସୁକିନ୍ଦାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଆଜି ବିଜେପି ଅଧ୍ୟକ୍ଷ ଅମିତ ସାହ ଓଡିଶା ଆସି ପ୍ରଚାର ଜୋର କରିଥିଲେ । ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାଲେଶ୍ଵରର ରେମୁଣାର ନରହରିପୁର ପଡ଼ିଆରେ ଅନୁଷ୍ଟିତ କଂଗ୍ରେସ ସମାବେଶରେ ଯୋଗ ଦେଇଥିଲେ ।

ବିଜେଡି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ପଟ୍ଟାମୁଣ୍ଡାଇର ତିନିମୁହାଣରେ ରୋଡ଼ ସୋ କରିଥିଲେ ଓ ଟାଙ୍ଗିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ ।