ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କଲେ ନବୀନ, ୨କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରାପଡା ଗସ୍ତରେ ଯାଇ ଶ୍ରୀ ବଳଦେବଜୀଉଙ୍କର ଦର୍ଶନ କରିଥିଲେ । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଜୀଉମାନେ ସ୍ନାନ ମଣ୍ଡପରେ ପୂଜା ପାଉଥିବା ହେତୁ ଶ୍ରୀ ପଟ୍ଟନାୟକ ସ୍ନାନ ମଣ୍ଡପରେ ଠାକୁର ମାନଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଓ ଏହାର ପାରିପାଶ୍ୱିର୍କ ଉନ୍ନତି ପାଇଁ ୨କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ସେଥିରେ ଠାକୁରଙ୍କ ଝୁଲଣ
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରାପଡା ଗସ୍ତରେ ଯାଇ ଶ୍ରୀ ବଳଦେବଜୀଉଙ୍କର ଦର୍ଶନ କରିଥିଲେ । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଜୀଉମାନେ ସ୍ନାନ ମଣ୍ଡପରେ ପୂଜା ପାଉଥିବା ହେତୁ ଶ୍ରୀ ପଟ୍ଟନାୟକ ସ୍ନାନ ମଣ୍ଡପରେ ଠାକୁର ମାନଙ୍କୁ ଦର୍ଶନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଓ ଏହାର ପାରିପାଶ୍ୱିର୍କ ଉନ୍ନତି ପାଇଁ ୨କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ସେଥିରେ ଠାକୁରଙ୍କ ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାଆନ୍ତ ସାହି ଠାରେ ଶ୍ରୀ ବଳଦେବଜୀଉ କଲ୍ୟାଣ ମଣ୍ଡପ ନିର୍ମାଣ, ମନ୍ଦିର ଉତ୍ତର ପାଶ୍ୱର୍ରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୌଚାଳୟ ନିର୍ମାଣ ଓ ଗଭୀର ନଳକୂପ ଓ ଓଭର ହେଡ଼ ଟ୍ୟାଙ୍କ ଜରିଆରେ ୨୪ ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ତାଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡିର ଅନ୍ୟ ହେଭିୱେଟ ନେତା ଯୋଗ ଦେଇଥିଲେ ।