ଦାଦାଙ୍କ ପରେ ପୁତୁରା ପାଳି, ସେପ୍ଟେମ୍ବର ରେ କରିବେ ଏଣ୍ଟ୍ରି…

ବିଜୁ ପଟ୍ଟନାୟକଙ୍କୁ ଓଡ଼଼ିଶାବାସୀ ଯେତିକି ସୁଯୋଗ ଦେଇନଥିଲେ, ତା’ଠାରୁ ଢ଼େର ଅଧିକ ସୁଯୋଗ ତାଙ୍କ ସାନ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ୧୮ବର୍ଷ ହେଲା ନିରଙ୍କୁଶ ଭାବେ ରାଜ୍ୟର ଶାସନ ଭାର ତୁଲାଉଛନ୍ତି ନବୀନ । ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ, ବ୍ୟାଚଲର୍ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ? କାରଣ ବିଜୁ ଲିଗାସୀ ଜାରି ରଖିବାକୁ ହେଲେ, ସେହି ପରିବାରରୁ ଜଣଙ୍କୁ ମଇଦାନରେ ଓହ୍ଲାଇବାକୁ ହେବ । ଏଭଳି ସ୍ଥିତିରେ ନାଁ ଆସେ ନବୀନଙ୍କ ପୁତୁରା
 

ବିଜୁ ପଟ୍ଟନାୟକଙ୍କୁ ଓଡ଼଼ିଶାବାସୀ ଯେତିକି ସୁଯୋଗ ଦେଇନଥିଲେ, ତା’ଠାରୁ ଢ଼େର ଅଧିକ ସୁଯୋଗ ତାଙ୍କ ସାନ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ୧୮ବର୍ଷ ହେଲା ନିରଙ୍କୁଶ ଭାବେ ରାଜ୍ୟର ଶାସନ ଭାର ତୁଲାଉଛନ୍ତି ନବୀନ ।

ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ, ବ୍ୟାଚଲର୍ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ? କାରଣ ବିଜୁ ଲିଗାସୀ ଜାରି ରଖିବାକୁ ହେଲେ, ସେହି ପରିବାରରୁ ଜଣଙ୍କୁ ମଇଦାନରେ ଓହ୍ଲାଇବାକୁ ହେବ । ଏଭଳି ସ୍ଥିତିରେ ନାଁ ଆସେ ନବୀନଙ୍କ ପୁତୁରା ତଥା ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣଙ୍କର ।

ମ୍ୟାନେଜମେଣ୍ଟ ଡିଗ୍ରୀଧାରୀ ଅରୁଣଙ୍କୁ ୨୦୧୫ ଜାନୁଆରୀ ୧୩ରେ ରାଜ୍ୟବାସୀଙ୍କ ଆଗରେ ଇଣ୍ଟ୍ରଡ୍ୟୁସ୍ କରିଛନ୍ତି ନବୀନ । ସେହିଦିନ ନବୀନଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଥିଲା ବିଜୁ ପରିବାର । ରାଜନୀତିରେ ପ୍ରବେଶ କରିବା ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେତେବେଳେ ଅରୁଣ କହିଥିଲେ କି ସେ ବର୍ତ୍ତମାନ ନୂଆ, କିନ୍ତୁ ରାଜନୈତିକ କ୍ୟାରିଅରକୁ ଖଣ୍ଡନ ବି କରିନଥିଲେ ।

ହେଲେ ତା ପରଠାରୁ ଅରୁଣଙ୍କୁ ଓଡ଼ିଶାବାସୀ  ଆଉ ଦେଖିନାହାନ୍ତି । ଏହି ପରିପେକ୍ଷିରେ ସେ ଖୁବଶୀଘ୍ର ଓଡିଶା ରାଜନୀତିକୁ ଏଣ୍ଟ୍ରି ମାରିବେ ବୋଲି ପ୍ରାୟତଃ ସ୍ଥିର ହୋଇ ସାରିଛି । ଏହି ବର୍ଷ ର ଶେଷରେ ଏକ ନାଟକୀୟ ଢଙ୍ଗରେ ରାଜନୈତିକ ମୈଦାନକୁ ଲମ୍ଫ ମାରିବେ ଏହି ଫ୍ରେସର ଜଣଙ୍କ ।

ଅବଶ୍ୟ ଏ ନେଇ ପୂର୍ବରୁ ମଧ୍ୟ ଆଭାସ ମିଳିଥିଲା । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏ ନେଇ ଏକ ହ୍ଵାଟ୍ସଆପ ଗ୍ରୁପ କରିଥିଲେ । ପରେ କିନ୍ତୁ ଗଣମାଧ୍ୟମ ରେ ଏ ନେଇ ଚର୍ଚ୍ଚା ବଢିବାରୁ ଗ୍ରୁପ ରୁ ଡିଲିଟ କରିଦିଆଯାଇଥିଲା । ଏବେ ପୁଣି ଥରେ ଏହାକୁ ଆରମ୍ଭ କରାଯାଇଛି । ବାପା ସୂର୍ଗତ ଅଶୋକ ଦାସ ଯେପରି ମନ୍ତ୍ରୀ ନହୋଇ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ବିଜୁ ପଟ୍ଟନାୟକଙ୍କୁ ସମର୍ଥନ କରୁଥିଲେ, ସେହି ଢ଼ଙ୍ଗରେ ପ୍ରଣବ-ଅରୁଣଙ୍କ ଲାଗି କାମ କରୁଥିବା ଖବର ମିଳୁଛି ।

ଏହାସହ ଦିଲ୍ଲୀରେ ଥିବା ଜଣେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ମଧ୍ୟ ଅରୁଣଙ୍କୁ ରାଜ୍ୟ ପଲଟିକ୍ସ ବାବଦରେ ଅପଡେଟ୍ କରୁଥିବାର ଖବର ରହିଛି । ଏଣୁ ବିଜେପୁର ନିର୍ବାଚନମଣ୍ଡଳୀ ମାଧ୍ୟମରେ ସେ ସକ୍ରିୟ ରାଜନୀତିକୁ ଏଣ୍ଟ୍ରି କରିପାରନ୍ତି ବୋଲି ବିଜେଡି ର ଜଣେ ବରିଷ୍ଠ ନେତା ମତ ପ୍ରକାଶ କରିଛନ୍ତି ।