ଦେହାନ୍ତ ପୂର୍ବରୁ ସୁଷମା ଗୋଟେ ବଡ଼ କଥା କହିଥିଲେ- ‘ପୂରଣ ହେଲା ଶେଷ ଇଚ୍ଛା’, ତାହା କ’ଣ…

ସାରା ଦେଶ ଅଖଣ୍ଡ ଭାରତର ନୂଆ ରୂପକୁ ସ୍ବାଗତ କରୁଥିଲା । ଠିକ୍ ଏହି ସମୟରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଦେଶବାସୀଙ୍କ ଆଖିରେ ଅଶ୍ରୁ ଦେଇ ଦୁନିଆକୁ ଅଲବିଦା କହିଲେ । ସୁଷମା ସ୍ବରାଜଙ୍କ ନିଧନ ଖବର ପ୍ରଚାର ହେଉ ହେଉ ସାରା ଦେଶ ସ୍ତମ୍ବିଭୂତ ହୋଇଗଲା । ନିଜର ଅନ୍ତିମ ସମୟରେ ସୁଷମା କରିଥିବା ଟ୍ବିଟ କିନ୍ତୁ ଦେଶବାସୀଙ୍କୁ ଅଧିକ ଆନ୍ଦୋଳିତ କରିଥିଲା । ଜାମ୍ମୁ ଓ
 

ସାରା ଦେଶ ଅଖଣ୍ଡ ଭାରତର ନୂଆ ରୂପକୁ ସ୍ବାଗତ କରୁଥିଲା । ଠିକ୍ ଏହି ସମୟରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଦେଶବାସୀଙ୍କ ଆଖିରେ ଅଶ୍ରୁ ଦେଇ ଦୁନିଆକୁ ଅଲବିଦା କହିଲେ । ସୁଷମା ସ୍ବରାଜଙ୍କ ନିଧନ ଖବର ପ୍ରଚାର ହେଉ ହେଉ ସାରା ଦେଶ ସ୍ତମ୍ବିଭୂତ ହୋଇଗଲା ।

ନିଜର ଅନ୍ତିମ ସମୟରେ ସୁଷମା କରିଥିବା ଟ୍ବିଟ କିନ୍ତୁ ଦେଶବାସୀଙ୍କୁ ଅଧିକ ଆନ୍ଦୋଳିତ କରିଥିଲା । ଜାମ୍ମୁ ଓ କାଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦ ଉଚ୍ଛେଦ ହେଉ ବୋଲି ଚାହୁଁଥିଲେ ସୁଷମା, ଶେଷରେ ନିଜ ଶେଷ ସମୟରେ ସେହି ସ୍ବପ୍ନ ପୂରଣ ହୋଇଥିବାରୁ ବେଶ୍ ଖୁସି ଥିଲେ ସୁଷମା । ଶେଷ ସ୍ବପ୍ନ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ବି ଜଣାଇଥିଲେ ସୁଷମା ସ୍ବରାଜ ।

ସୁଷମା ସ୍ବରାଜଙ୍କ ଏହି ଖୁସି କିନ୍ତୁ ସ୍ବଳ୍ପ ଅବଧିର ଥିଲା । ସତେ ଯେମିତି ନିଜ ଶେଷ ସମୟ ଦେଖିପାରିଥିଲେ ସୁଷମା ଯାହା ତାଙ୍କ ଟ୍ବିଟରୁ ସ୍ପଷ୍ଟ ବାରିହୋଇପଡ଼େ ।

ଅଚାନକ ସ୍ବାସ୍ଥ୍ୟପୀଡ଼ା ଅନୁଭବ ପରେ ମଙ୍ଗଳବାର ସଂଧ୍ୟାରେତାଙ୍କୁ ଦିଲ୍ସୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଶତ ଚେଷ୍ଟା କିନ୍ତୁ ସୁଷମାଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣି ପାରିନଥିଲା । ରାଜନୀତିରୁ ସନ୍ୟାସ ନେଇସାରିଥିବା ସୁଷମା ଏବେ ଦିବଂଗତ, କିନ୍ତୁ ସବୁଦିନ ସେ ଭାରତୀୟଙ୍କ ହୃଦୟରେ ରହିବେ । ଜଣେ ସଫଳ ରାଜନେତା, ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କୁ ଦେଶ କାହିଁକି ସାରା ବିଶ୍ବ ମନେରଖିବ ।

ସୁଷମାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି । ଟ୍ବିଟ କରି ସୁଷମାଙ୍କୁ ମନେ ପକାଇଛନ୍ତି । ସୁଷମାଙ୍କ ଏମିତି ପରଲୋକ ଘଟିବା ପର୍ସନାଲ ଲସ୍ ବୋଲି ଉଲ୍ଲେଖ କରିଛନ୍ତି ମୋଦି ।

ସୁଷମାଙ୍କ ନିଧନ ପରେ ସୋସିଆଲ ମିଡିଆରେ ରାଜନେତା, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ସାଧାରଣ ଜନତା ସୁଷମାଙ୍କ ଆତ୍ମାର ସଦଗତି କାମନା କରି ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି । ଅନେକ ଆବେଗପୂର୍ଣ୍ଣ ଶୋକବାର୍ତ୍ତା ମଧ୍ୟ ଜଣାଇଛନ୍ତି ।

ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ ଓ ଉଦବୋଧନ ଦେବାରେ ସେ ଥିଲେ ସମସ୍ତଙ୍କଠୁ ଆଗରେ । ବୈଦେଶିକ ମନ୍ତ୍ରୀ ଭାବେ ମୋଦି ସରକାରଙ୍କ ପ୍ରଥମ ପାଳିରେ ବିଶ୍ବ ସମୁଦାୟ ସହ ସୁସମ୍ପର୍କ ପ୍ରତିଷ୍ଠା କରି ଚର୍ଚ୍ଚାକୁ ଆସନ୍ତି ସୁଷମା । ବିଦେଶରେ କୌଣସି ଭାରତୀୟ ଯେ କୌଣସି ସମସ୍ୟାରେ ଥାଆନ୍ତୁନା କାହିଁକି ସେମାନଙ୍କ ପାଇଁ ଦେବଦୂତ ଥିଲେ ସୁଷମା ସ୍ବରାଜ ।

ମିଳିତ ଜାତିସଂଘରେ ଜାତି ଉଦ୍ଦେଶ୍ୟରେ ସୁଷମାଙ୍କ ଉଦବୋଧନ ଚିରକାଳ ତାଙ୍କ ସ୍ମୃତିଗାନ କରିବ । ୬୭ ବର୍ଷ ବୟସରେ ପରଲୋକ ଗମନ କଲେ ସୁଷମା କିନ୍ତୁ ଅନେକଙ୍କ ପାଇଁ ସେ ପ୍ରେରଣା ହେବେ ନିଶ୍ଚୟ । ଇଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।