‘ଯଦି ଆବଶ୍ୟକ ହୁଏ ତେବେ ମୁ ଖୁସିରେ ପଦ ଛାଡିଦେବି’, ଏମିତି କଣ ପାଇଁ କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ…

ଶେଷରେ ପଡ଼ିଲା କର୍ଣ୍ଣାଟକ ନାଟକର କ୍ଲାଇମାକ୍ସ । ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ । କୁମାରସ୍ୱାମୀଙ୍କ ପରାଜୟ ନେଇ ଘୋଷଣା କରିଛନ୍ତି ବାଚସ୍ପତି । କୁମାରସ୍ୱାମୀ ସରକାରଙ୍କ ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ବିଧାୟକଙ୍କ ଭୋଟ ପଡିଥିଲା । ଆସ୍ଥା ଭୋଟରେ ହାରିବା ସହ ସରିଲା ୧୪ ମାସର ମେଣ୍ଟ ସରକାର । ଭୋଟ ପୂର୍ବରୁ ନିଜର ଅଭିଭାଷଣରେ ଭାବବିହ୍ଵଳ ହୋଇଥିଲେ କୁମାରସ୍ୱାମୀ । ଫେ୍ଲାର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଅଭିଭାଷଣ
 

ଶେଷରେ ପଡ଼ିଲା କର୍ଣ୍ଣାଟକ ନାଟକର କ୍ଲାଇମାକ୍ସ । ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ୱାମୀ । କୁମାରସ୍ୱାମୀଙ୍କ ପରାଜୟ ନେଇ ଘୋଷଣା କରିଛନ୍ତି ବାଚସ୍ପତି । କୁମାରସ୍ୱାମୀ ସରକାରଙ୍କ ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ବିଧାୟକଙ୍କ ଭୋଟ ପଡିଥିଲା ।

ଆସ୍ଥା ଭୋଟରେ ହାରିବା ସହ ସରିଲା ୧୪ ମାସର ମେଣ୍ଟ ସରକାର । ଭୋଟ ପୂର୍ବରୁ ନିଜର ଅଭିଭାଷଣରେ ଭାବବିହ୍ଵଳ ହୋଇଥିଲେ କୁମାରସ୍ୱାମୀ । ଫେ୍ଲାର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଅଭିଭାଷଣ ବେଳେ ଭାବବିହ୍ଵଳ ହୋଇଥିଲେ । ଯଦି ଆବଶ୍ୟକ ହୁଏ ତେବେ ମୁ ଖୁସିରେ ପଦ ଛାଡିଦେବି ବୋଲି କହିଛନ୍ତି କୁମାରସ୍ୱାମୀ । କ୍ଷମତା ପାଇଁ ମୁ ଲାଳାୟିତ ନୁହେଁ ।