ବିଜୟ ମୁକୁଟ ପିନ୍ଧିଲେ ସାବିତ୍ରୀ, ଜାଣନ୍ତୁ କେତେ ଭୋଟରେ ହାରିଲେ ବିଜୟ

ବହୁ ପ୍ରତିକ୍ଷିତ ପାଟକୁରା ଲୋକେ ସେମାନଙ୍କ ନେତା ବାଛିଛନ୍ତି । ଆରମ୍ଭରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟ ବାନା ଉଡ଼ାଇ ଚାଲିବା ସହ ବିଜୟ ର ସିରିପା ପିନ୍ଧିଛନ୍ତି । ବିଜେପିର ହେଭିୱେଟ ନେତା ଓ ରାଜ୍ୟ ରାଜନୀତିର ଚାଣକ୍ୟ ଭାବେ ଚିତ୍ରଣ କରାଯାଉଥିବା ବିଜୟ ମହାପାତ୍ର ଶେଷରେ ପରାଜୟ ର ସ୍ୱାଦ ଚାଖିଛନ୍ତି । ସରକାରୀ ଘୋଷଣାର ଔପଚାରିକତା ବାକି ଥିବା ବେଳେ ୧୬ ରାଉଣ୍ଡ ଶେଷରେ ୧୭ ହଜାର ୨୩୪ ଖଣ୍ଡ ଭୋଟ୍
 

ବହୁ ପ୍ରତିକ୍ଷିତ ପାଟକୁରା ଲୋକେ ସେମାନଙ୍କ ନେତା ବାଛିଛନ୍ତି । ଆରମ୍ଭରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟ ବାନା ଉଡ଼ାଇ ଚାଲିବା ସହ ବିଜୟ ର ସିରିପା ପିନ୍ଧିଛନ୍ତି । ବିଜେପିର ହେଭିୱେଟ ନେତା ଓ ରାଜ୍ୟ ରାଜନୀତିର ଚାଣକ୍ୟ ଭାବେ ଚିତ୍ରଣ କରାଯାଉଥିବା ବିଜୟ ମହାପାତ୍ର ଶେଷରେ ପରାଜୟ ର ସ୍ୱାଦ ଚାଖିଛନ୍ତି ।

ସରକାରୀ ଘୋଷଣାର ଔପଚାରିକତା ବାକି ଥିବା ବେଳେ ୧୬ ରାଉଣ୍ଡ ଶେଷରେ ୧୭ ହଜାର ୨୩୪ ଖଣ୍ଡ ଭୋଟ୍ ରେ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥୀନୀଙ୍କୁ ୮୯,୩୮୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୭୨,୧୫୫ ଖଣ୍ଡ ଓ କଂଗ୍ରେସକୁ ୨୦୧୬ ଖଣ୍ଡ ଭୋଟ ମିଳିଛି । ଖୁବଶୀଘ୍ର ଶେଷ ରାଉଣ୍ଡ ର ଘୋଷଣା କରାଯିବ ।