ଆପ୍ କୁ ଅଲବିଦା କହିଲେ ଏହି ସୁନ୍ଦରୀ ନାରୀନେତ୍ରୀ, ହାତକୁ ପୁଣି କଲେ ଭରସା

ଦିଲ୍ଲୀ ବ୍ୟୁରୋ (ଓଡ଼ିଆ ଗସିପ): ଜାତୀୟ କଂଗ୍ରେସ ଦଳ ସହ ଦୀର୍ଘ ୨୦ ବର୍ଷ ଧରି ସାଥ୍ ଦେଇଥିବା ଅଳକା ଲାମ୍ବା ୨୦୧୫ରେ ହାତ ଛାଡି ଆପ୍ର ସାଥୀ ହୋଇ ଥିଲେ । ଆନ୍ନାଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଅରବିନ୍ଦ କେଜରୀଓ୍ୱାଲଙ୍କ ସହ ମିଶି ଗୋଟିଏ ସ୍ବରରେ ନୂଆ ରାଜନୀତି କଥା କହିଥିଲେ । ଏବେ କିନ୍ତୁ ୪ ବର୍ଷ ପରେ ସବୁ କିଛି ବଦଳି ଯାଇଛି । ଆପ୍କୁ ପରକରି ଆସିଥିବା ଅଳକା ମାସକର ଅନ୍ତରାଳ
 

ଦିଲ୍ଲୀ ବ୍ୟୁରୋ (ଓଡ଼ିଆ ଗସିପ): ଜାତୀୟ କଂଗ୍ରେସ ଦଳ ସହ ଦୀର୍ଘ ୨୦ ବର୍ଷ ଧରି ସାଥ୍ ଦେଇଥିବା ଅଳକା ଲାମ୍ବା ୨୦୧୫ରେ ହାତ ଛାଡି ଆପ୍ର ସାଥୀ ହୋଇ ଥିଲେ । ଆନ୍ନାଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଅରବିନ୍ଦ କେଜରୀଓ୍ୱାଲଙ୍କ ସହ ମିଶି ଗୋଟିଏ ସ୍ବରରେ ନୂଆ ରାଜନୀତି କଥା କହିଥିଲେ । ଏବେ କିନ୍ତୁ ୪ ବର୍ଷ ପରେ ସବୁ କିଛି ବଦଳି ଯାଇଛି । ଆପ୍କୁ ପରକରି ଆସିଥିବା ଅଳକା ମାସକର ଅନ୍ତରାଳ ପରେ ଏବେ ପୁଣି ଥରେ ପୁରୁଣା ଘରକୁ ଫେରିଛନ୍ତି । ମାନେ ପୁଣି ଥରେ କଂଗ୍ରେସର ପ୍ରାଥମିକ ସଦସ୍ଯତା ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀର ୨୪ ଆକବର ରୋଡ୍ ସ୍ଥିତ କଂଗ୍ରେସ ମୁଖ୍ଯାଳୟରେ ପହଞ୍ଚି ଦଳର ପ୍ରାଥମିକ ସଦସ୍ଯତା ଗ୍ରହଣ କରିଛନ୍ତି ପୂର୍ବତନ ଆମ୍ ଆଦମୀ ପାର୍ଟି ବିଧାୟିକା ଅଳକା ଲାମ୍ବା । ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପିସି ଚୌକେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

ଗତ ମାସରେ ସେ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଛଥିଲେ । ଆମ୍ ଆଦମୀ ପାର୍ଟି କେବଳ ଖାସ୍ ଆଦମୀ ପାର୍ଟି ହୋଇଛି ବୋଲି କହି ସେ ଦଳ ଛାଡ଼ିଥିଲେ । ଏହା ପୂର୍ବରୁ ଅଳକା ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସରେ ଥିଲେ । ତେବେ ଆନ୍ନା ମୁଭମେଣ୍ଟ ବେଳେ ଆପ୍ ରେ ସାମିଲ ହୋଇ ୨୦୧୫ରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।

କଂଗ୍ରେସରେ ସାମିଲ ପୂର୍ବରୁ ଗତ କିଛି ଦିନ ତଳେ କଂଗ୍ରେସ ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ଅଳକା । ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଯେ, ଆପ୍ରୁ ଯାଇ କଂଗ୍ରେସରେ ସାମିଲ ହୋଇପାରନ୍ତି । ଗତକିଛି ଦିନ ଧରି ଆପ୍ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ୍ ଙ୍କ କାଯର୍ୟ ଧାରାକୁ ନେଇ ସମାଲୋଚନା କରି ଆସିଛନ୍ତି ଅଳକା । ଦଳ ଭିତରେ କୋଣଠେସା ହୋଇ ରହିଥିବା ନେଇ ବି ସେ ଅଭିଯୋଗ ବି ଆଣିଥିଲେ ।