ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭାରିବେ ନବୀନ ପଟ୍ଟନାୟକ

ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ମୁଖ୍ୟାଳୟରେ ସକାଳ ୯ ଟା ୩୦ ମିନିଟ ସମୟରେ ପ୍ରାଥିପତ୍ର ବିଜେଡ଼ି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାର ସମୟ ନିର୍ଘଣ୍ଟ ହୋଇଥିବା ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟମାନେ ମଧ୍ୟ ସମାନ ସମୟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ
 

ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ମୁଖ୍ୟାଳୟରେ ସକାଳ ୯ ଟା ୩୦ ମିନିଟ ସମୟରେ ପ୍ରାଥିପତ୍ର ବିଜେଡ଼ି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାର ସମୟ ନିର୍ଘଣ୍ଟ ହୋଇଥିବା ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟମାନେ ମଧ୍ୟ ସମାନ ସମୟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ।

ଏହା ପୂର୍ବରୁ ଦିନକ ତଳେ ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା କରାଯାଇସାରିଛି। ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଘୋଷଣା କରାଯାଇଥିବା ଏହି ତାଲିକାରେ ୧୪ଟି ପୁରୁଣା ମୁହିଁ ଥିବା ବେଳେ ୧୯ଟି ନୂଆ ମୁହଁ ରହିଛି । ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନାଙ୍କୁ ଜିଲ୍ଲା ସଭାପତି କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଭୂତି ବଳବନ୍ତରାୟ ନାଁ ଘୋଷଣା କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲା ପାଇଁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ନଜର ପକାନ୍ତୁ କେଉଁ ଜିଲ୍ଲା ପାଇଁ କିଏ ସଭାପତି ହୋଇଛନ୍ତି..

ବିଜେଡି ଜିଲ୍ଲା ସଭାପତିଙ୍କ ପୂରା ତାଲିକା:

ଅନୁଗୋଳ- ମହେନ୍ଦ୍ର ବସ୍ତିଆ

ବାଲେଶ୍ୱର- ରବୀନ୍ଦ୍ର ଜେନା

ବରଗଡ଼- ବିଜୟ ରଂଜନ ସିଂହ ବରିହା

ଭଦ୍ରକ- ଜଗନ୍ନାଥ ସ୍ୱାଇଁ

ବଲାଙ୍ଗିର- ଟୁକୁନି ସାହୁ

ବୌଦ୍ଧ- ମହିଧର ରଣା

କଟକ- ଦେବାଶିଷ ସାମନ୍ତରାୟ

ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ

ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ

ଗଜପତି- ପ୍ରଦୀପ ନାୟକ

ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଯାଜପୁର- ସରୋଜ ମହାପାତ୍ର

ଝାରସୁଗୁଡ଼ା- କିଶୋର ମହାନ୍ତି

କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂହଦେଓ

କନ୍ଧମାଳ- ସରୋଜ କର୍ଣ୍ଣ

କେନ୍ଦ୍ରାପଡ଼ା- ଉତ୍କଳ କେଶରୀ ପରିଡ଼ା

କେନ୍ଦୁଝର- ମାଧବ ସର୍ଦ୍ଦାର

କୋରାପୁଟ- ଈଶ୍ୱର ପାଣିଗ୍ରାହୀ

ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା

ପୁରୀ- ମହେଶ୍ୱର ମହାନ୍ତି

ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ

ମୟୂରଭଞ୍ଜ ସଦର- ସୁଦାମ ମାରାଣ୍ଡି

ନବରଙ୍ଗପୁର- ରମେଶ ମାଝୀ

ନୟାଗଡ଼- ରମେଶ ବେହେରା

ନୂଆପଡ଼ା- ମନୋଜ ମିଶ୍ର

ରାୟଗଡ଼ା- ସୁଧୀର ଦାସ

ରାଉରକେଲା- ସାରଦା ନାୟକ

ସମ୍ବଲପୁର- ସିଦ୍ଧାର୍ଥ ଦାସ

ସୁବର୍ଣ୍ଣପୁର- ସରୋଜ କମ୍ପ

ସୁନ୍ଦରଗଡ଼- ବିନୟ ଟପ୍ପୋ