ଗୃହମନ୍ତ୍ରୀ ଅମିତ୍ ଶାହ କରୋନା ପଜିଟିଭ୍, ସେପଟେ ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କରୋନା ପଜିଟିଭ୍ । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଅମିତ ଶାହା ନିଜେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଶାହାଙ୍କଠାରେ କୋଭିଡର ଲକ୍ଷଣ ଦେଖା ଦେବା ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
 

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କରୋନା ପଜିଟିଭ୍ । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଅମିତ ଶାହା ନିଜେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଶାହାଙ୍କଠାରେ କୋଭିଡର ଲକ୍ଷଣ ଦେଖା ଦେବା ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଗତ କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଏପଟେ ଅମିତ ଶାହ କୋରନା ପଜିଟିଭ୍ ପରେ ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଅନ୍ୟପଟେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ବିଗ୍ ବି ସୁସ୍ଥ ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପୁଅ ଅଭିଷେକ ବଚ୍ଚନ ।

ରିପୋର୍ଟ ନେଗେଟିଭ ଆସିବା ପରେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ସୁସ୍ଥ ହୋଇ ଫେରିବା ପରେ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅମିତାଭ ।

ସେପଟେ ପୁଅ ଅଭିଷେକ ଏବେ ବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହା ପୂର୍ବରୁ କରୋନାରୁ ମୁକ୍ତ ହୋଇ ଐସ୍ୱରର୍ଯ୍ୟ ରାୟ ବଚ୍ଚନ ଓ ଝିଅ ଆରାଧ୍ୟ ମଧ୍ୟ ଘରକୁ ଫେରିଥିଲେ ।