ଭାରତୀୟ ଉତ୍ସାହିତ: ଆମେରିକାରେ କମାଲ କଲେ ଭାରତୀୟ ବଂଶୋଦ୍ଭବ କମଳା ହେରିସ୍

ଓଡ଼ିଆ ଗସିପ ବ୍ୟୁରୋ: ବିଦେଶ ମାଟିରେ ନାଁ କରିଛନ୍ତି ଅନେକ ଭାରତୀୟ ବଂଶୋଦ୍ଭବ । ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ନାଁ । ସେ ହେଉଛନ୍ତି ୫୫ ବର୍ଷିୟ କମଳା ହେରିସ୍ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରିଛି ଆମେରିକାର ଡେମୋକ୍ରାଟିକ୍ ପାର୍ଟି । ୫୫ ବର୍ଷିୟ କମଳା ହେରିସ୍ କାଲିଫର୍ନିଆରୁ ଆମେରିକାର ସିନେଟ୍ ଅଛନ୍ତି । ଆମେରିକା ସିନେଟ୍ କୁ ନିର୍ବାଚିତ ହେବାରେ
 

ଓଡ଼ିଆ ଗସିପ ବ୍ୟୁରୋ: ବିଦେଶ ମାଟିରେ ନାଁ କରିଛନ୍ତି ଅନେକ ଭାରତୀୟ ବଂଶୋଦ୍ଭବ । ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ନାଁ । ସେ ହେଉଛନ୍ତି ୫୫ ବର୍ଷିୟ କମଳା ହେରିସ୍ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରିଛି ଆମେରିକାର ଡେମୋକ୍ରାଟିକ୍ ପାର୍ଟି । ୫୫ ବର୍ଷିୟ କମଳା ହେରିସ୍ କାଲିଫର୍ନିଆରୁ ଆମେରିକାର ସିନେଟ୍ ଅଛନ୍ତି ।

ଆମେରିକା ସିନେଟ୍ କୁ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଏସିଆନ୍ ଆମେରିକାନ ମହିଳା । କମଳାଙ୍କ ମାଆ ଚେନ୍ନାଇର ହୋଇଥିବା ବେଳେ ବାପା ଜମୈକାର ଅଟନ୍ତି ।

ପୂର୍ବରୁ ଡେମୋକ୍ରାଟିକ୍ ପକ୍ଷରୁ ରାଷ୍ଟ୍ରପତି ପଦ ଦୌଡ଼ରେ ବିଡେନଙ୍କୁ ଟକ୍କର ଦେଉଥିଲେ କମଳା । ତେବେ ରାଷ୍ଟ୍ରପତି ପଦ ପାଇଁ ବିଡେନଙ୍କ ନାଁ ଘୋଷଣା ପରେ କମଳାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ସେ ବିଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଯେମିତି ଆମେ ଆପଣଙ୍କୁ କହିଛୁ କମଳାଙ୍କ ମାଆ ଶ୍ୟାମଳା ଗୋପାଲନ ଚେନ୍ନାଇର ହୋଇଥିବା ବେଳେ ତାଙ୍କ ବାପା ଡୋନାଲ୍ଡ ହାରିସ୍ କାରବୀୟ ରାଷ୍ଟ୍ର ଜମାଇକାର ବାସିନ୍ଦା । କ୍ୟାନ୍ସର ଗବେଷଣା କ୍ଷେତ୍ରରେ ଶ୍ୟାମଳା ଗୋପାଲନ ବେଶ ପ୍ରସିଦ୍ଧି ଲାଭ କରିଥିଲେ ।

ସେହିପରି ବାପା ଡୋନାଲ୍ଡ ଜଣେ କ୍ଯାତନାମା ଅର୍ଥନୀତିଜ୍ଞ । ତେବେ ନିଜ ଭାରତୀୟ ବଂଶୋଦ୍ଭବ ପରିଚୟକୁ ନେଇ କମଳା ବେଶ ଗର୍ବିତ । ପୂର୍ବତନ ପ୍ରଶାସନିକ ସେବା ଅଧିକାରୀ ତଥା ସ୍ବାଧୀନତା ସଂଗ୍ରାମୀ ଅଜା ପି.ଭି ଗୋପାଲଙ୍କ ବ୍ୟକ୍ତିତ୍ୱ ଦ୍ୱାରା ସେ ବେଶ ପ୍ରଭାବିତ ବୋଲି କମଳା ପ୍ରକାଶ କରିଛନ୍ତି ।

୨୦୦୯ରେ ମାଆଙ୍କ ମୃତ୍ୟୁ ପୂର୍ବରୁ ସେ ନିୟମିତ ଚେନ୍ନାଇ ଆସୁଥିଲେ । ତେବେ ମାଙ୍କ ଘର ଲୋକଙ୍କ ସହ ଏବେବି ତାଙ୍କର ନିବିଡ଼ ସଂପର୍କ ରହିଛି ।

ଗତ ବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଦୌଡ଼ର ପ୍ରାଥମିକ ଡିବେଟ୍ ବେଳେ ବିଡେନ୍ଙ ଙ୍କୁ କଟୁ ସମାଲୋଚନା କରିଥିଲେ ହାରିସ । କୃଷକାୟଙ୍କ ପ୍ରତି ତାଙ୍କ ଆଭିମୁଖ୍ଯକୁ ନେଇ ଖପ୍ପା ହୋଇଥିଲେ ହାରିସ । ତେବେ କିଛି ଦିନ ତଳେ ବିଡେନଙ୍କ ନୋଟ୍ ଲିକ୍ ହୋଇଯିବା ପରେ ସେ କମଲାଙ୍କୁ ମନୋନୀତ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଗତକାଲି ସସ୍ପେନସ ଉପରୁ ପରଦା ହଟିଛି ।