ମାନହାନି ମକଦ୍ଦମାର ଚେତାବନୀ ଦେଲା ବିଜେଡ଼ି, ବିଜେଡ଼ି ଉପରକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ବିଜେପି ନିଜକୁ ଦେଖୁ

ଭୁବନେଶ୍ୱର: ନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ବିଚଳିତ ହୋଇପଡ଼ିଛି । ବିଭିନ୍ନ ପ୍ରସଙ୍ଗରେ ଡାହା ମିଛ, ଅମୂଳକ ମନ୍ତବ୍ୟ ଦେଉଥିବା ବିଜେପି ନେତାଙ୍କ ଏହା ହତାଶା ଭାବର ପ୍ରତିଫଳନ ବୋଲି ବିଜୁ ଜନତା ଦଳ ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପ୍ରାର୍ଥୀମାନଙ୍କ ଚରିତ୍ର ସଂହାର କରାଯିବା ଉଦ୍ୟମକୁ ଦଳ ପକ୍ଷରୁ ଦୃଢ଼ ସମାଲୋଚନା କରାଯାଇଛି । ବିଜେପି ଏଭଳି ମିଛ କହି ଚାଲିଲେ ସେମାନଙ୍କ ବିରୋଧରେ ମାନହାନି
 

ଭୁବନେଶ୍ୱର: ନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ବିଚଳିତ ହୋଇପଡ଼ିଛି । ବିଭିନ୍ନ ପ୍ରସଙ୍ଗରେ ଡାହା ମିଛ, ଅମୂଳକ ମନ୍ତବ୍ୟ ଦେଉଥିବା ବିଜେପି ନେତାଙ୍କ ଏହା ହତାଶା ଭାବର ପ୍ରତିଫଳନ ବୋଲି ବିଜୁ ଜନତା ଦଳ ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପ୍ରାର୍ଥୀମାନଙ୍କ ଚରିତ୍ର ସଂହାର କରାଯିବା ଉଦ୍ୟମକୁ ଦଳ ପକ୍ଷରୁ ଦୃଢ଼ ସମାଲୋଚନା କରାଯାଇଛି । ବିଜେପି ଏଭଳି ମିଛ କହି ଚାଲିଲେ ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମାର ଆଶ୍ରୟ ନେବାକୁ ବିଜେଡ଼ି ବାଧ୍ୟ ହେବ ବୋଲି ଦଳର ମୁଖପାତ୍ର ସୁଲତା ଦେଓ ଚେତାବନୀ ଦେଇଛନ୍ତି ।

ଶ୍ରୀମତୀ ଦେଓ କହିଛନ୍ତି, ବିଜେଡ଼ିକୁ ପ୍ରଶ୍ନ କରିବା ପୂର୍ବରୁ ବିଜେପି ସେମାନଙ୍କ ଦଳର ପ୍ରାର୍ଥୀମାନଙ୍କ ଅପରାଧିକ ଘଟଣାବଳୀ ସମ୍ପର୍କରେ ମୁହଁ ଖୋଲିବା ଦରକାର । ବିଜେପିର ଭଟଲି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍ ଯାଇଥିଲେ । ସୋରଡ଼ା ପ୍ରାର୍ଥୀ ନୀଳ ବିଶୋୟୀଙ୍କ ନାଁରେ ୨୮ଟି ଅପରାଧିକ ମାମଲା ଅଛି । ତାଙ୍କ ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପରାଧିକ ଲିଙ୍କ୍ ଓଡ଼ିଶାବାସୀ ଜାଣିଛନ୍ତି ।

ଏହାଛଡା ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ ବ୍ରଦର୍ସ, ଟିଟୋ ସହ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଖାଲି ସେତିକି ନୁହେଁ, କୋଇଲା ଆବଣ୍ଟନରେ ତାଙ୍କର ଭୂମିକା ପୂର୍ବତନ କେନ୍ଦ୍ର କୋଇଲା ସଚିବ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି । ବିଜେଡ଼ି ଉପରେ ଅଙ୍ଗୁଳି ଉଠାଇବା ପୂର୍ବରୁ ବିଜେପି ନିଜ ଦଳ ଭିତରେ ଥିବା ଅପରାଧିକ ବ୍ୟକ୍ତିଙ୍କୁ ଦେଖୁ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।