ଆଉ ନାହାନ୍ତି ବିଜେଡିର ଟାଣୁଆ ନେତା ବେଦପ୍ରକାଶ ଅଗ୍ରୱାଲ

ଭୁବନେଶ୍ୱର: ଆଉ ନାହାନ୍ତି ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲ । ଦଳ ତାଙ୍କୁ ପାଟକୁରାରୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କର ପରଲୋକ ଘଟିବା ସମସ୍ତଙ୍କ ମନରେ ଦୁଃଖ ଆଣିଦେଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି
 

ଭୁବନେଶ୍ୱର: ଆଉ ନାହାନ୍ତି ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲ । ଦଳ ତାଙ୍କୁ ପାଟକୁରାରୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କର ପରଲୋକ ଘଟିବା ସମସ୍ତଙ୍କ ମନରେ ଦୁଃଖ ଆଣିଦେଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।

ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବେଦପ୍ରକାଶ ଅଗ୍ରୱାଲ ପାଟକୁରାରୁ ୨୦୦୯ ଓ ୨୦୧୪ରେ ବିଧାୟକ ଥିଲେ । ଏହାପୂର୍ବରୁ କେନ୍ଦ୍ରାପଡ଼ାରୁ ୪ଥର ବିଧାୟକ ଭାବେ ପ୍ରତିନିଧିତ୍ୱ କରିଥିଲେ ବେଦପ୍ରକାଶ ।

ସେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପଦ ମଧ୍ୟ ସମ୍ବାଳିଥିଲେ । ଅସୁସ୍ଥତା ସତ୍ତ୍ୱେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରସା ରଖି ପୁଣି ଥରେ ଟିକେଟ ଦେଇଥିଲେ । ତେବେ ଆଜି ତାଙ୍କର ପରଲୋକ ଘଟିଛି । ଏହି ଖବର ମିଳିବା ପରେ ବିଭିନ୍ନ ଦଳର ନେତା ଓ ରାଜ୍ୟବାସୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି ।