ଉଦ୍ଧବଙ୍କ ସେନାରେ ସୁନ୍ଦରୀ ଉର୍ମିଳା: ଅଧା ବାଟରେ ହାତ ଛାଡ଼ିଦେଲେ

 

ଓଡ଼ିଆ ଗସିପ୍ ବ୍ୟୁରୋ:  ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଏବେ ଆଉ ଗୋଟିଏ ନୂଆ ରାଜନୀତିକ ଦଳକୁ ବାଛିଛନ୍ତି । ଅନେକ ଦିନର କଳ୍ପନା ଜଳ୍ପନା ଭିତରେ ସୋମବାର ବଲିଉଡ୍ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଶିବସେନାରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।

୨୦୧୯ ସେପ୍ଟେମ୍ବରରୁ ୩୦ ନଭେମ୍ବର ପର୍ଯ୍ଯନ୍ତ ୪୬ ବର୍ଷୀୟ ଉର୍ମିଳା ଶିବସେନାରେ ମିଶିବେ ନାହିଁ ବୋଲି କହୁଥିଲେ । ଶିବସେନା ସହିତ ସାମିଲ ହେବାର କୌଣସି ଯୋଜନା ନାହିଁ ବୋଲି ମଧ୍ୟ ସେ କହିଥିଲେ ।

null

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ମୁମ୍ବାଇ ଉତ୍ତରରୁ ଟିକେଟ ଦେଇଥିଲା । ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିଜେପିର ଗୋପାଳ ଶେଟ୍ଟୀ ତାଙ୍କୁ ପରାସ୍ତ କରିଥିଲେ ।