ଆଜି କଂଗ୍ରେସ ଭୁବନେଶ୍ବରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି

 

ଓଡ଼ିଆ ଗସିପ ବ୍ୟୁରୋ: ଆଜି କଂଗ୍ରେସ ଭୁବନେଶ୍ବରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଅନ୍ୟ ଦୁଇଦଳ କୌଣସି ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ କଂଗ୍ରେସ ପ୍ରଥମେ ଏହି ପଦକ୍ଷେପ ଗ୍ରହଣ କରିଛି।

ତେବେ ତାଙ୍କ ନାମ ଘୋଷଣା ହେବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ଯେ, କଂଗ୍ରେସ ଏହି ସୁଯୋଗ ଦେଇଥିବାରୁ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି, ଓଡିଶା ପ୍ରଦେଶ ସଭାପତିଙ୍କୁ ଧନ୍ୟବାଦ। ମୋତେ ଏପରି ସୁଯୋଗ ଦେଇଥିବାରୁ ଏହାକୁ ସଫଳତାର ସହ କାର୍ଯ୍ୟ କରିବି ବୋଲି ମଧୁସ୍ମିତା କହିଛନ୍ତି।

ତେବେ ରାଜନୀତିରେ ନୂଆ ଥିବା ଏହି ମଧୁସ୍ମିତାଙ୍କୁ ନେଇ ବର୍ତ୍ତମାନ ଚାରିଆଡେ ଚାଲିଛି। କିଏ ଏହି ମହିଳା ଯିଏ କି ଏକ ଜାତୀୟ ଦଳର ମେୟର ପଦବୀ ହାତେଇବାରେ ସଫଳ ହୋଇଛନ୍ତି। ମଧୁସ୍ମିତା ହେଉଛିନ୍ତି ଧର୍ମଶାଳାରେ ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ। ସେ ହେଉଛନ୍ତି ଜଣେ ଉଦ୍ୟୋଗପତି।

ମଧୁସ୍ମିତୀ କଲେଜ ଜୀବନରୁ ଛାତ୍ର ରାଜନୀତି ସହିତ ଜଡିତ ଅଛନ୍ତି। ସେ ଭୁବନେଶ୍ବରର କମଳା ନେହୁର କଲେଜର ସଭାପତି ଥିଲେ। ସେ ହେଉଛନ୍ତି ଜଣେ ଏନସିସି କ୍ୟାଡେଟ। ନୂଆଦିଲ୍ଲୀର ଆୟୋଜିତ ଗଣତନ୍ତ୍ର ଦିବସରେ ସେ ଶ୍ରେଷ୍ଠ କ୍ୟାଡେଟ ଭାବେ ପୁରସ୍କୃତ ହୋଇଛନ୍ତି।

ସେହିପରି ସେ କ୍ରୀଡା କ୍ଷେତ୍ରରେ ମଧ୍ୟ ବେଶ ନୂପୁଣା। ସେ ହେଉଛନ୍ତି ଜଣେ ଭଲ ବ୍ୟାଡମିଣ୍ଟନ ଖେଳାଳୀ। ଏପରିକି ସେ ବ୍ୟାଡମିଣ୍ଟନ ଆସୋସିଏସନରେ ସେ ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତେବେ ସେ ରାଜ୍ୟ ରାଜନୀତିରେ ସେପରି ପରିଚିତ ବ୍ୟକ୍ତିତ୍ବ ନୁହଁନ୍ତି। ହେଲେ ତାଙ୍କୁ କିପରି ମେୟର ଟିକେଟ ମିଳିଲା ସେ ନେଇ ଚର୍ଚ୍ଚା ଚାଲିଛି।