'ଅଗ୍ନିପଥ' ବୟସ, ଦରମା ବିବାଦକୁ ନେଇ ବିହାରରେ ଲଙ୍କାକାଣ୍ଡ ପରେ ମୁଣ୍ଡ ତଳକୁ କଲେ ସରକାର; ନିଷ୍ପତ୍ତି ରେ ମୋଦି ସରକାରଙ୍କ ପରିବର୍ତ୍ତନ

ଦେଶବ୍ୟାପୀ ବିରୋଧ ପରେ କେନ୍ଦ୍ର ସରକାର ଏହା ସର୍ବାଧିକ ଭର୍ତ୍ତି ବୟସ ସୀମା ବୃଦ୍ଧି କରିଛନ୍ତି
 

ଓଡ଼ିଆ ଗସିପ ବ୍ୟୁରୋ: ଅଗ୍ନିପଥ ଯୋଜନାକୁ ନେଇ ଏକ ବଡ଼ ଅପଡେଟ ଆସିଛି। ଦେଶବ୍ୟାପୀ ବିରୋଧ ପରେ କେନ୍ଦ୍ର ସରକାର ଏହା ସର୍ବାଧିକ ଭର୍ତ୍ତି ବୟସ ସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୨୧ ଥିବା ବେଳେ ବର୍ତ୍ତମାନ ତାହାକୁ ୨୩ ବର୍ଷ କରାଯାଇଛି। ତେବେ ଏହା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ ହେବ। ୨୦୨୨ ପରେ ପୂର୍ବ ନିର୍ଦ୍ଧାରିତ ୨୧ ବର୍ଷ ହିଁ ରହିବ ବୋଲି ମୋଦି ସରକାର ସ୍ପଷ୍ଟ କରିଛନ୍ତି। 

ପୂର୍ବରୁ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୨୧ ଥିବା ବେଳେ ବର୍ତ୍ତମାନ ତାହାକୁ ୨୩ ବର୍ଷ କରାଯାଇଛି। ତେବେ ଏହା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ ହେବ। ୨୦୨୨ ପରେ ପୂର୍ବ ନିର୍ଦ୍ଧାରିତ ୨୧ ବର୍ଷ ହିଁ ରହିବ ବୋଲି ମୋଦି ସରକାର ସ୍ପଷ୍ଟ କରିଛନ୍ତି। 

ସେନା ବାହିନୀ (Indian Army) ରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର 'ଅଗ୍ନିପଥ' ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାରେ ଅନେକ ତ୍ରୁଟି ଥିବା ଦର୍ଶାଇ ଗୁରୁବାର ୟୁପି, ବିହାର ଓ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ଅନେକ ସ୍ଥାନରେ ଟ୍ରେନରେ ନିଆଁ ଲାଗିଯାଇଥିଲା ଏବଂ କେତେକ ସ୍ଥାନରେ ପଥର ମାଡ କରାଯାଇଥିଲା। ଦେଶବ୍ୟାପୀ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଗରୁବାର 'ଅଗ୍ନିପଥ' ସାମରିକ ନିଯୁକ୍ତି ଯୋଜନା ପାଇଁ ବୟସ ସୀମାକୁ ୨୧ରୁ ୨୩କୁ ବୃଦ୍ଧି କରିଛି। ଗତ ଦୁଇ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ପ୍ରକାଶ କରିଛନ୍ତି।