ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତିଙ୍କ ଆୟ ଅନୁସାରେ ବ୍ୟୟ ଅଧିକ ହେବ, ଅଚାନକ ଖୁସି ଖବର ପାଇବେ

 

ଓଡ଼ିଆ ଗସିପ ବ୍ୟୁରୋ : ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ପରିଶ୍ରମ ଅନୁସାରେ ଫଳ ମିଳିବ । ମାନସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ । ଦୂରସ୍ଥାନକୁ ଯାତ୍ରା ଯୋଗ ଅଛି । ନକାରାତ୍ମକ ଚିନ୍ତା ଦୂର ହେବ ।

ବୃଷ: ଅଚାନକ ଖୁସି ଖବର ପାଇବେ । ପରିବାରର ଦାୟିତ୍ବ ବଢ଼ିପାରେ । ଲେଖକ/ଲେଖିକାଙ୍କ ପାଇଁ ଦିନଟି ବହୁତ ଭଲ । ଅତିଥି ସତ୍କାର କରିପାରନ୍ତି । ଚକ୍ଷୁ ସମସ୍ୟା ଭୋଗିପାରନ୍ତି ।

ମିଥୁନ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଭଲ ସମୟ । ପ୍ରେମ ବ୍ୟାପାରରେ ସଫଳ ହେବେ । ଚକ୍ଷୁ ସମସ୍ୟା ଭୋଗି ପାରନ୍ତି । ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ । ମନ ପ୍ରସନ୍ନ ରହିବ ।

କର୍କଟ: ଆୟ ଅନୁସାରେ ବ୍ୟୟ ଅଧିକ ହେବ । ଦୀର୍ଘ ଦିନରୁ ଚାଲିଥିବା ପାରିବାରି ସମସ୍ୟାରୁ ମୁକ୍ତି ମିଳିବ । ପିଲାଙ୍କ ଗତିବିଧି ଉପରେ ମା’ ମାନେ ନଜର ରଖନ୍ତୁ । ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ କାମ କରନ୍ତୁ ।

ସିଂହ: ରାଜନେତାଙ୍କ ପାଇଁ ଦିନଟି ଭଲ। ବ୍ୟକ୍ତିଗତ କଥାକୁ ଗୋପନୀୟ ରଖନ୍ତୁ। ପଡୋଶୀଙ୍କ ସହ ଛୋଟ ଛୋଟ କଥାରେ ମନୋମାଳିନ୍ୟ ହୋଇପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହେବ।

କନ୍ୟା: ଚାକିରିକୁ ନେଇ କୌଣସି ସମସ୍ୟା ଦେଖା ଦେଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ଆୟର ନୂଆ ଅବସର ପ୍ରାପ୍ତ ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

ତୁଳା: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ବିବାହ ପ୍ରସ୍ତାବ ଆସିପାରେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ।

ବିଛା: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଦୀର୍ଘ ଦିନର ଆଶା ପୂରଣ ହେବ। ବିଦ୍ୟାର୍ଥୀ ପଢ଼ାରେ ମନୋନିବେଶ କରିବେ।

ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।

ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ପୈତୃକ ସମ୍ପତ୍ତିକୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ।

କୁମ୍ଭ:ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ନିବେଶରୁ ଦୂରେଇ ରୁହନ୍ତୁ। ଘରେ ପୂଜାପାଠ ଆୟୋଜନ ହେବ। ବିବାହ ସମସ୍ୟା ସମାଧାନ ହେବ। ଯାନବାହନ କ୍ରୟର ଯୋଗ ଅଛି।

ମୀନ: ଉଧାର ଟଙ୍କା ଫେରି ପାଇବେ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ରାଜନେତାଙ୍କ ପାଇଁ ଦିନଟି ଭଲ। ଅଫିସ୍‌ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି।