ଅଜାଙ୍କ ଦଶାହ କର୍ମରେ ଘଟିଲା ବଡ ଅଘଟଣ, ଦୁଇ ନାତିଙ୍କ ଗଲା ଜୀବନ 

Two grandsons death drowned in the water
 
ଅଜାଙ୍କ ଦଶାହ କର୍ମରେ ଘଟିଲା ବଡ ଅଘଟଣ, ଦୁଇ ନାତିଙ୍କ ଗଲା ଜୀବନ 

ଓଡ଼ିଆ ଗସିପ୍ ବ୍ୟୁରୋ: ଅଜାଙ୍କ ଦଶାହ କର୍ମ ହେଲା କାଳ । ଲଣ୍ଡା ହୋଇ ଗାଧଉଥିଲା ବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗ୍ରାମରେ। 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥର କଟା ନିକଟରେ ଘାଟ ତୁଠ ସାରି ପାଖରେ ଥିବା ଏକ ଗାଡ଼ିଆରେ ଗଧଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଦୀର୍ଘ ସମୟ ପରେ ସମ୍ପର୍କୀୟମାନେ ଜାଣି ପାରି ଉକ୍ତ ଗାଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନାକୁ ନେଇ ଥିବାବେଳେ ସୁଶାନ୍ତକୁ ସୋର ଡାକ୍ତରଖାନାକୁ ଆଣାଯାଇଥିଲା। ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।