ଘରେ ପହଞ୍ଚିବା ହେଲା ସ୍ୱପ୍ନ, ବାଇକ୍- ଡମ୍ଫର ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

 

ଓଡ଼ିଆ ଗସିପ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଦୁଇ ଯୁବକ ଘରକୁ ଫେରୁଥିବା ବାଟରେ ଦୁର୍ଘଟଣା ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ନେଇ ଝାରପୋଖରୀଆ ଅଞ୍ଚଳ ଶୋକାକୁଳ ହୋଇଯାଇଛି ।

ମିଳିଥିବା ସୂଚନା ମୁତାବକ, ଆଜି ବାହରାଗୋଡା ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଏକ ଡମ୍ଫର ସମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଯୋଗେ ଘରକୁ ଫେରୁଥିବା ଝାରପୋଖରୀଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମର ଗ୍ରାମର ସତ୍ୟନାରାୟଣ ରଣା ଏବଂ ତାପସ କୁମାର ମହାପାତ୍ର ଛିଟିକି ପଡ଼ିଥିଲେ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଘାରିଥିଲା ଘୋର ଶନିଦଶା ! ମଧ୍ୟପ୍ରଦେଶ ଜ୍ୟୋତିଷ କରିଥିଲେ ଭବିଷ୍ୟବାଣୀ; ଜାନୁଆରୀ ୧୭ ରେ ଶନି ଚଳନ ପରେ ଜୀବନ ପ୍ରତି ଥିଲା ବିପଦ

ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବାହରାଗୋଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ହେଲେ ଡାକ୍ତର ଉଭୟ ଗୁରୁତରଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଖବର ପାଇ ବଡଶୋଳ ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ବାଇକକ ଓ ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଜବତ କରି ପୁଲିସ ଷ୍ଟେସନକୁ ଆଣିଥିଲେ ।

ଖବର ପାଇବାପରେ ଉଭୟ ମୃତକଙ୍କ ସମ୍ପର୍କୀୟ ବାହାରାଗୋଡା ଡାକ୍ତରଖାନାକୁ ପହଞ୍ଚିଥିଲେ। ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ଘାଟସିଲା ସବ-ଡିଭିଜନ ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି ।

ତେବେ ଦୁଇ ମେଳାପୀ ଯୁବକଙ୍କ ମୃତ୍ୟୁକୁ ନେଇ ଝାରପୋଖରୀଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ଜଣାଯାଇଛି । ଦୁଇଜଣ ବ୍ୟବସାୟ କରୁଥିବା ବେଳେ ଜଣେ ବମ୍ବେଛକ ବଜାରରେ ଇଲେକ୍ଟ୍ରିକ ଦୋକାନ କରିଥିଲେ ।