ସାବଧାନ, ଗାଁ ଚାରିପଟେ ବୁଲୁଛି ବାଘ ! ବାଘ ବୁଲୁଥିବାର ଭିଡିଓ ଭାଇରାଲ
ଓଡ଼ିଆ ଗସିପ୍ ବ୍ୟୁରୋ:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ଆତଙ୍କ । ଗାଁ ନିକଟରେ ବାଘ ବୁଲୁଥିବା ଭିଡିଓ ହେଉଛି ଭାଇରାଲ। ଗାଁ ନିକଟ ବୈତରଣୀ ନଦୀ କୂଳରେ ଥିବା ଚାଷ ଜମିରେ ବାଘ ଯାଉଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଚାଷ ଜମିରେ ବାଘ ପଞ୍ଝା ଦେଖିବାକୁ ପାଇଛି ବନ ବିଭାଗ ଟିମ୍ ।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
ତଦନ୍ତ ପରେ ବାଘଟି କଲରାପତରିଆ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ପାଦ ଚିହ୍ନର ତଦନ୍ତ ପରେ ହଦଗଡ଼ ଅଭୟାରଣ୍ୟରୁ ବାଘଟି ଆସି ପୁନର୍ବାର ଫେରି ଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ କେହି ଭୟଭୀତ ନହେବାକୁ ଡିଏଫଓ ଅନୁରୋଧ କରିଛନ୍ତି ।
ଅଧିକ ପଢନ୍ତୁ: କର୍ମ ଚାପ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସହ ଦେଖାଦେବ ମାନସିକ ଅବସାଦ! ପଢନ୍ତୁ ଆଜିର ରାଶିଫଳ
ଅତି ଜରୁରୀ ଥିଲେ ଏକୁଟିଆ ବାହାରକୁ ନବାହାରିବା ସହିତ ରାତିରେ ଲାଇଟ ଧରି ବାହାରିବାକୁ କହିଛନ୍ତି । ‘ପାଖରେ ଅଭୟାରଣ୍ୟ ଥିବାରୁ ଏମିତି ଚାଲିଆସିବା ସାଧାରଣ କଥା’ । ‘ଆମ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି, ନଜର ରଖିଛନ୍ତି’ । ‘ଲୋକମାନେ ଭୟଭୀତ ହୁଅନ୍ତୁନି, ସଂଧ୍ୟା ହେଲେ ସେ ପଳାଇବ’ ବୋଲି PCCF ସୁଶାନ୍ତ ନନ୍ଦ କହିଛନ୍ତି ।
ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD