ନିଟ୍ ପିଜି ପ୍ରବେଶିକା ପରୀକ୍ଷାରେ ଓଡ଼ିଶା ଟପ୍ପର ମୟୂରଭଞ୍ଜ ଏହି ଝିଅ, ଜାଣନ୍ତୁ ସେ କିଏ ?

 

ଓଡ଼ିଆ ଗସିପ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ମାଧପୁର ଗ୍ରାମର ଝିଅ ପ୍ରୀତିପଦ୍ମା ଶତପଥୀ ନିଟ ପିଜି ପ୍ରବେଶିକା ପରୀକ୍ଷା ଓଡିଶା ରାଙ୍କର ଟପ୍ପର ହୋଇଛନ୍ତି । ସେ ସର୍ବଭାରତୀୟ ରାଙ୍କରେ ୧୭୮ସ୍ଥାନ ପାଇଥିଲେ । ତେବେ ଆଜି ଓଡ଼ିଶା ରାଙ୍କ ପ୍ରକାଶ ପରେ ସେ ଟପ୍ପର ଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ : ସାବଧାନ! କର୍କଟରେ ଶୁକ୍ର ଚଳନ; ୪ ରାଶିଙ୍କ ଜୀବନରେ ଆସିବ ଦୁର୍ଦ୍ଦିନ

ପ୍ରୀତିପଦ୍ମା ବର୍ତ୍ତମାନ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ତାଙ୍କ ବାପା ଚିତ୍ତରଞ୍ଜନ ଶତପଥୀ ଜଣେ ଘରୋଇ ଟିଉସନ ଶିକ୍ଷକ ଓ ମା ରଞ୍ଜିତା ଗୃହିଣୀ । ପ୍ରୀତିପଦ୍ମା ବେତନଟୀ ନିକଟ ଶାଳବଣୀ ଜବାହର ନବଦୋୟ ବିଦ୍ୟାଳୟରୁ ୨୦୧୫ରେ ୯୫.୨ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ ।

ଅଧିକ ପଢ଼ନ୍ତୁ : ଚଳିତମାସ ଏହି ତାରିଖ ବେଳକୁ ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ !

ପ୍ରଥମ ଉଦ୍ୟମରେ ୨୦୧୬ରେ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କଟକ ଏସସିବିରେ ଡାକ୍ତରୀ(ଏମବିବିଏସ) ପଢି ୨୦୨୨ମେ ମାସରେ ଚାକିରୀରେ ଯୋଗ ଦେଇଥିଲେ କରିଥିଲେ । ୨୦୨୩ରେ ଡାକ୍ତରୀ ଓପିଏସସି ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି । ନିଟ ପିଜି ପ୍ରବେଶିକା ପରୀକ୍ଷାରେ ତାଙ୍କର ସଫଳତା ଜିଲ୍ଲା ପାଇଁ ଗୌରବ।