୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁଲିସ ଏସ୍‌ଆଇଙ୍କୁ ମାଡି ବସିଲା ଭିଜିଲାନ୍ସ
 

Sub-inspector held by vigilance in bribery case in Boudh
 
 
Sub-inspector held by vigilance in bribery case in Boudh
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ ଏସ୍‌ଆଇ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଭିଜିଲାନ୍ସ ଜାଲରେ ପୁଲିସ ଏସ୍‌ଆଇ। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁଲିସ ଏସ୍‌ଆଇଙ୍କୁ ମାଡି ବସିଛି ଭିଜିଲାନ୍ସ। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଭାରପ୍ରାପ୍ତ ଅଧିକାରୀ ବିକ୍ରମ ଦେହୁରୀଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନ୍ସ।

ଅଧିକ ପଢନ୍ତୁ: ଏହି ରାଶିରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ହେବ ଅକସ୍ମାତ ଧନ ଲାଭ! ପଢନ୍ତୁ ଆଜିର ରାଶିଫଳ 

ମିଳିଥିବା ସୂଚନା ଅନୁସାରେ ଗୋଟିଏ ଜବତ ଗାଡି ଛାଡିବା ପାଇଁ ଲାଞ୍ଚ ମାଗିଥିଲେ ଏସ୍‌ଆଇ ବିକ୍ରମ ଦେହୁରୀ। ଯାହାକୁ ନେଇ ଗାଡିର ମାଲିକ ଭିଜିଲାନ୍ସକୁ ଜଣାଇଥିଲେ। ଆଜି ପୁଲିସ ଏସ୍‌ଆଇ ବିକ୍ରମ ଦେହୁରୀଙ୍କୁ ଉକ୍ତ ବ୍ୟକ୍ତି ୧୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ପହଞ୍ଚି ଏସ୍‌ଆଇଙ୍କୁ ଧରିଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ବିକ୍ରମଙ୍କ ପୁରୁଣାକଟକ ସ୍ଥିତ ବାସ ଭବନ ଓ ସରକାରୀ ବାସଭବନରେ ଯାଞ୍ଚ କରାଯାଉଛି।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ