ପ୍ରବଳ ଗୁଳୁଗୁଳି ଓ ଖରାରେ ଲୋକଙ୍କୁ ଦହି ପାଣି ଯୋଗାଇଲା ଏସ ଏସ ଡ୍ୟାନ୍ସ ଏବଂ ଫିଟନେସ ସେଣ୍ଟର
May 29, 2026, 16:12 IST
ଓଡ଼ିଆ ଗସିପ ବ୍ୟୁରୋ, ଭୁବନେଶ୍ୱର: ଭୁବନେଶ୍ୱରର ଏସ ଏସ ଡ୍ୟାନ୍ସ ଏବଂ ଫିଟନେସ ଗ୍ରୁପ ପକ୍ଷରୁ ଆଜି ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ କ୍ରୋରିଗ୍ରାଫର ରୀତା ମହାପାତ୍ର ଓ ପ୍ରତେକ ଗ୍ରୁପ ସଦ୍ୟସ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ । ଏସ ଏସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଦୀର୍ଘ 9 ବର୍ଷ ଧରି ଜଳଛାତ୍ର କରା ଯାଉଛି।
ରାଜଧାନୀରେ ପ୍ରବଳ ଗୁଳୁଗୁଳି ଓ ଖରାକୁ ଦୃଷ୍ଟି ରେ ରଖି ଏସ ଏସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଜଳ ଛତ୍ର କରା ଯାଉଥିବା ଗ୍ରୁପର ସଦସ୍ୟ ତାପସ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରତିବର୍ଷ ପରି ସୁମନ, ଅଜୟ, ଲିକୁ, ବଳରାମ, ଭାବିକା, ପ୍ରଦୀପ ସାର, ସୋନା, ନିଙ୍କି, ଅନିଶା, ଟନିଶା, ଖୁସି, ମିତାଲି ,ଟିକିନି ସହଯୋଗ କରୁଛନ୍ତି । ଆଜି 5 ହଜାର ଲୋକଙ୍କ ପାଇଁ ଦହିପାଣି ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ତା କରା ଯାଇଥିଲା ।