ସିଦ୍ଧାର୍ଥ ଟିଭିର ରିଅଲିଟି ସୋ "ରଜ ସୁନ୍ଦରୀ ୨୦୨୬"ର ବିଜେତା ହେଲେ ସ୍ମୃତିସିଂଗ୍ଧl ପ୍ରଧାନ

 

 

ଓଡ଼ିଆ ଗସିପ ବ୍ୟୁରୋ : ସିଦ୍ଧାର୍ଥ ଟିଭିର ରିଅଲିଟି ସୋ ରଜ ସୁନ୍ଦରୀ ୨୦୨୬ ରେ ଶ୍ରୀସାଇ ଡାନ୍ସ ଏକାଡେମୀ, ନିରାକାରପୁରର ଛାତ୍ରୀ ସ୍ମୃତିସିଂଗ୍ଧl ପ୍ରଧାନ ( ଟ୍ଵିଙ୍କିଲି ) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଫାଇନାଲରେ ୮ ଜଣ ପ୍ରତିଯୋଗିଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି ।

ଏହି ସଫଳତା ପଛରେ ତାଙ୍କର ନୃତ୍ୟ ପ୍ରତି ଥିବା ସମର୍ପଣ ଭାବ ଏବଂ କଠିନ ପରିଶ୍ରମ ସହିତ ଗୁରୁଭକ୍ତି ପାଇଁ ଆଜି ରଜ ସୁନ୍ଦରୀ ଉପାଧି ଲାଭ କରିପାରିଛନ୍ତି । ଏହି ସଫଳତା ପାଇ ନିରକାପୁର ସହିତ ଶ୍ରୀସାଇ ଡାନ୍ସ ଏକାଡେମୀର ନାମକୁ ଗୌରବାନ୍ୱିତ କରିଛନ୍ତି ।

ଏହି ଅବସରରେ ତାଙ୍କୁ ଶ୍ରୀସାଇ ଡାନ୍ସ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମେ ନିରାକାରପୁର ଗେଟ ବଜାର ଠାରୁ ପ୍ରସୋସନ କରି ଡାନ୍ସ ସ୍କୁଲ ର ଛାତ୍ରଛାତ୍ରୀ ମାନେ ସ୍କୁଲ ପରିସର ପର୍ଯ୍ୟନ୍ତ ଆଣିଥିଲେ, ଏହାପରେ ଗୁରୁ ଶ୍ରୀ ମତୀ ସଂଯୁକ୍ତାରାଣୀ ରାଉତରାୟ ଙ୍କ ସହିତ ଅବିଭାଵକ ମାନେ ବନ୍ଦାପନା କରି ସ୍କୁଲ ପରିସର ଭିତରକୁ ପାଛୋଟି ନେଇ ବିଜୟ ଉତ୍ସବ ପାଳନ କରିଥିଲେ ।