ଯୌନ ଶୋଷଣ ମାମଲା: ସିଙ୍ଗର ସୌରିନ ଭଟ୍ଟଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ଚଢ଼ଉ

 

ଓଡ଼ିଆ ଗସିପ ବ୍ୟୁରୋ : କଣ୍ଠଶିଳ୍ପୀ ସୌରୀନ ଭଟ୍ଟକୁ ଧରିବା ପାଇଁ କୋଲକାତା ଗଲା କଟକ କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । କଟକର ଜଣେ ଯୁବତୀ ସୌରୀନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ନେଇ ମହିଳା ଥାନାରେ ଏତଲା ଦେବା ପରେ ସେ ଫେରାର ଅଛନ୍ତି ।

ତାଙ୍କୁ ଗିରଫ କରିବା ପାଇଁ ବର୍ତ୍ତମାନ କଟକ କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ କୋଲକାତା ଯାଇଛି । ସୌରିନଙ୍କୁ ପ୍ରଥମେ ଠାବ କରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛି କଟକ କମିଶନରେଟ ପୋଲିସ ।

ଅଧିକ ପଢ଼ନ୍ତୁ : ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୫ ଜିଲ୍ଲାରେ କାଳବୈଖାଖୀ, ୬ ଜିଲ୍ଲାରେ ପ୍ରବଳ ବର୍ଷା ଆର୍ଲଟ : ୨୩ ଓ ୨୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ସୌରିନ ନିଜ ମୋବାଇଲକୁ ସୁଇଚ୍ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନି । ପୋଲିସ ପ୍ରଥମେ ସୌରିନଙ୍କ କୋଲକାତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜା ଖୋଜି କରିବ । ସେପଟେ ସୌରୀନଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଡାକ୍ତରୀ ମଇନା ୧୬୪ ଆଧାରରେ ବୟାନ ରେକର୍ଡ କରିଛି ପୋଲିସ ।

ଉଭୟ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ପୋଲିସ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ କରିଛି । ବିବାହର ପ୍ରତିଶୃତି ଦେଇ ସୌରୀନ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ଠକେଇ କରିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।