ଦେହ ବେପାର ଚାଲୁଥିବା ବେଳେ ମାଡିବସିଲା ପୋଲିସ, ବହୁ ଆପତ୍ତି ଜନକ ସାମଗ୍ରୀ ଜବତ

 

ଓଡ଼ିଆ ଗସିପ ବ୍ୟୁରୋ: ମାଲକାନଗିରି ମହକୁମାର କୁମୁଟିଗୁଡାରୁ ସେକ୍ସ ରାକେଟ ଠାବ ହୋଇଛି । ଦୁଇ ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଥିବା ବେଳେ ତିନିଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି । ଏହାସହ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ଏହାସହ ଘଟଣାସ୍ଥଳରୁ ୩ଟି ମୋବାଇଲ, ୧୦,୫୦୦ ନଗଦ ଟଙ୍କା ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତେବେ ଧରାପଡିଥିବା ଦୁଇ ଜଣ ଯୁବକ ଛତିଶଗଡ ସୁକମା ଅଞ୍ଚଳର ହୋଇଥିବା ବେଳେ ଦେହଜୀବୀମାନେ ଝାରସୁଗୁଡା ଓ ମାଲକାନଗିରିର ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ମାଲକାନଗିରିରେ ସଦର ମହକୁମାର କୁମୁଟିଗୁଡା ଠାରେ ଗୋଟିଏ ଘରେ ଦିର୍ଘ ଦିନ ଧରି ସେକ୍ସ ରାକେଟ ଚାଲିଥିଲା । ଏନେଇ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରୁଥିଲେ । ସବୁଦିନ ପରି ବୁଧବାର ଦିନ ମଧ୍ୟ ସେଠାରେ  ସେକ୍ସ ରାକେଟ ଚାଲିଥିଲା । ହେଲେ ସ୍ଥାନୀୟ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ।

ଚଢାଉ ସମୟରେ କିଛି ଗ୍ରାହକ ଦୈଡି ପଳାଇ ଯାଇଥିବା ବେଳେ ଦୁଇ ଜଣଙ୍କୁ ପୋଲିସ କାବୁ କରିବାର ସକ୍ଷମ ହୋଇଥିଲା । ପରେ ସେଠାରୁ ତିନି ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା ପୋଲିସ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭେଙ୍ଗା ବାବାଙ୍କ ଭୟଙ୍କର ଭବିଷ୍ୟବାଣୀ: ୨୦୨୩ରେ ପୃଥିବୀକୁ ମାଡିଆସିବ ଏହି ୫ଟି ବଡ ବିପର୍ଯ୍ୟୟ, ବାବାଙ୍କର ୮୫ ରୁ ୯୦ ପ୍ରତିଶତ ପୂର୍ବାନୁମାନ ଶତ ହୋଇଥାଏ

ନିକଟରେ ବଲାଙ୍ଗୀରୁ ମଧ୍ୟ ଏକ ସେକ୍ସ ରେକେଟ ଠାବ କରିଥିଲା ପୋଲିସ । ଦୀର୍ଘ ଦିନ ଧରି ସେକ୍ସ ରେକେଟ ଚଳାଉଥିବା ରାଣୀ ମହୁମାଛି ସହ ତିନି ଜଣ ଗ୍ରାହକ ବଲାଙ୍ଗୀର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଥିଲେ । ସୂଚନା ଅନୁଯାୟୀ,ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ଜଣ ରୁପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍‌ କରିଥିଲା ।

ଗିରଫ ରାଣୀ ମହୁମାଛି ସାଲେପାଲି ପଡାର ହୋଇଥିବା ବେଳେ ଗ୍ରାହକମାନେ ହେଉଛନ୍ତି, ସୋନପୁର ଜିଲ୍ଲା ତରଭା ଥାନା ଜୁଆରବନ୍ଧ ଗାଁର ରାଜେଶ ବନଛୋର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଖୁର୍ଳିମୁଣ୍ଡା ଗାଁର ମନବୋଧ ବାରିକ ଓ ପୁଇଁନ୍ତଲା ଥାନା ଜଲଜଡ ଗାଁର ଯୁଧିଷ୍ଠିର ଜାଲ ।

ଉଦ୍ଧାର ହୋଇଥିବା ୧୦ ଦେହଜୀବୀ କୋଲ୍‌କାତା, ରାୟପୁର, ଭୁବନେଶ୍ୱର, କେନ୍ଦୁଝର ଓ ବଲାଙ୍ଗିର ସହରର ହୋଇଥିବା ପୁଲିସ ସୂଚନା ଦେଇଛି । ଗିରଫ ବ୍ୟକ୍ତିଙ୍କଠାରୁ ପୁଲିସ୍‌ ୨୧ ହଜାର ୫ ଶହ ଟଙ୍କା, ୪ ଗୋଟି ମୋବାଇଲ, ସିଗାରେଟ ଓ ବିପୁଳ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଛି ।  ଏହି ସେକ୍ସ ରେକେଟ୍ ଦୀର୍ଘ ଦିନ ଧରି ବଲାଙ୍ଗୀରର ଏକ ଭଡ଼ା ଘରେ ଚାଲୁଥିବା ଜଣାପଡ଼ିଛି ।