ଗିରଫ ହେଲେ ସ୍କୁଲ କିରାଣୀ, ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ
 

School clerk caught by vigilance while taking bribe
 
School clerk caught by vigilance while taking bribe
ସ୍କୁଲ କିରାଣୀ ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସ୍କୁଲ କିରାଣୀ । ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ । କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ଶରୀର ଅସୁସ୍ଥ, ପାରିବାରିକ ଅଶାନ୍ତି ରହିବା ସହ ମନ ଭଲ ରହିବ ନାହିଁ, ପଢନ୍ତୁ ଆଜିର ରାଶିଫଳ 

ଖବର ଅନୁଯାୟୀ, ଅବସରପ୍ରାପ୍ତ ନିରଞ୍ଜନ ରାୟଙ୍କର ପେନସନ କାଗଜପତ୍ର କାମ କରାଇଦେବା ପାଇଁ କିରାଣୀ ମହେଶ୍ୱର ସାମଲଙ୍କୁ ୭ ହଜାର ଟଙ୍କା ମାଗିଥିଲେ ।  ଏନେଇ ନିରଞ୍ଜନ ବୁଧବାର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଗୁରୁବାର ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ କିରାଣୀ ମହେଶ୍ୱରକୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!