ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆସିଲା ଭିସେରା ଟେଷ୍ଟ ରିପୋର୍ଟ...
 

Rourkela Assistant Collector Sushmita Minzs Death Viscera Report Rules Out Murder
 
 
ସୁସ୍ମିତା ମିଞ୍ଜଙ୍କ ଆସିଲା ଭିସେରା ଟେଷ୍ଟ ରିପୋର୍ଟ...
 

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁଚର୍ଚ୍ଚିତ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟ ଘଟଣା ଏବେ ବି ସନ୍ଦେହ ଘେରରେ, ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଅଧିକାରୀ ଡିଏସପି ବନୀତା ମାଝୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁସ୍ମିତା ମିଞ୍ଜଙ୍କ ଭିସେରା ଟେଷ୍ଟ ରିପୋର୍ଟ ଆସିଛି। ଭିସେରା ରିପୋର୍ଟକୁ ନେଇ ଏଚଆରପିସି ତଦନ୍ତ କରୁଛି। 

ଅଧିକ ପଢନ୍ତୁ :ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 

ପୋଷ୍ଟ ମର୍ଟମ ରିପୋର୍ଟରେ ପାଣିରେ ବୁଡ଼ି ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଏଣେ ସୁସ୍ମିତାଙ୍କ ମୋବାଇଲରୁ ଡାଟା ରିକଭରି ପାଇଁ ଏସଏଫଏସଆଇକୁ ପଠାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ୨୦ରୁ ଉର୍ଦ୍ଧ ଲୋକଙ୍କୁ ପଚରାଉଚରା କରାଯାଇଛି।ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ପଚରାଉଚରା କରିଛି ଏଚଆରପିସି।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ଏହି ମାମଲା ଡିଏସପି ବନୀତା ମାଝୀ ହାତକୁ ନେଲାପରେ ପ୍ରଥମେ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିସଙ୍କୁ ଜେରା ହୋଇଥିଲା। ପରବର୍ତ୍ତୀ ସମୟରେ ମୃତ ସୁସ୍ମିତାଙ୍କ ସ୍ବାମୀ, ପୁରୁଷ ବନ୍ଧୁ, ମୃତଦେହ ଠାବ ହୋଇଥିବା ସେନସରି ପାର୍କର ୩ ଜଣ ସୁରକ୍ଷା କର୍ମୀ, ସେ ରହୁଥିବା ହୋଟେଲ ରାଧିକା ରିଜେନ୍ସିର କର୍ମଚାରୀଙ୍କୁ ଜେରା କରା ଯାଇଥିଲା।

ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ!