ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍ର ଶୁଭାରମ୍ଭ
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ରିଲାଏନ୍ସ ଡିଜିଟାଲ ପକ୍ଷରୁ ଚଳିତ ଉତ୍କଳ ଦିବସ ଅବସରରେ ଓଡିଶାରେ ଏହାର ଷ୍ଟୋରଗୁଡିକରେ ସ୍ୱତନ୍ତ୍ର ଫେଷ୍ଟିଭ ଅଫରଗୁଡିକର ଶୁଭାରମ୍ଭ କରାଯାଇଛି । ଉକ୍ତ ଶୃଙ୍ଖଳା ଆଧୁନିକ ଟେକ୍ନୋଲୋଜି ପାଇଁ ବର୍ଦ୍ଧିତ ଅପଗ୍ରେଡ଼ ସହିତ ସାଂସ୍କୃତିକ ଗୌରବକୁ ଏକତ୍ରିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଉପଯୁକ୍ତ ମୂଲ୍ୟ ସହିତ ଉକ୍ତ ଡିଲ୍ଗୁଡିକ ଏହି ଅବସରକୁ ଆହୁରି ଆକର୍ଷଣୀୟ କରିପାରିଛି ଏବଂ ଏଥିସହିତ ଏହି ସ୍ୱତନ୍ତ୍ର କ୍ୟାମ୍ପେନରେ ଗ୍ରାହକଙ୍କ ପାଇଁ ନୂତନ ଇଲେକ୍ଟ୍ରୋନିକ୍ସ ଓ ଆପ୍ଲାଏନ୍ସ ସହ ଅପ୍ଗ୍ରେଡ କରିବା ଲାଗି ଉପଯୁକ୍ତ ଅଫର ପ୍ରଦାନ କରୁଛି ।
ଏହି ଅବସରରେ ରିଲାଏନ୍ସ ଡ଼ିଜିଟାଲର ଓଡ଼ିଶା କ୍ଲଷ୍ଟର ମ୍ୟାନେଜର, ବିଶ୍ୱଜିତ ସାହୁ, ଓଡ଼ିଶା ମାର୍କେଟିଂ ମ୍ୟାନେଜର, ପଲକ କୁମାର ସାହୁ ଏବଂ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ତଥା ରିଲାଏନ୍ସ ଡ଼ିଜିଟାଲର ଏକ ନିୟମିତ ଗ୍ରାହକ, କ୍ରିଷ୍ଣା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଉତ୍କଳ ଦିବସ ଅବସରରେ ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ଉପରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ଆକର୍ଷଣୀୟ ତତ୍କାଳ ରିହାତି ସହିତ ପେପର ଫାଇନାନ୍ସ ବିକଳ୍ପ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ଲାଭ ପାଇପାରିବେ, ଯାହା କ୍ରୟରେ ସୁଲଭତା ଓ ନମନୀୟତା ନିଶ୍ଚିତ କରୁଛି । ଏହି ଅଫର ଅବଧି ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧ ତାରିଖ ୨୦୨୬ ପର୍ଯ୍ୟନ୍ତ ବୈଧ ରହିଛି । ପାର୍ବଣର ଉତ୍ସାହକୁ ବୃଦ୍ଧି କରି ରିଲାଏନ୍ସ ଡିଜିଟାଲ ନିର୍ଦ୍ଧିଷ୍ଟ ୧.୫ ଟନ-ଏୟାର କଣ୍ଡିସ୍ନର କ୍ରୟ ଉପରେ ମାଗଣା କ୍ୟୁଏଲଇଡି ଟିଭି ଏବଂ ନିର୍ଦ୍ଧିଷ୍ଟ ମଡେଲର ଫ୍ରଂଟ-ଲୋଡ ୱାଶିଙ୍ଗ ମେଶିନ କ୍ରୟ ଉପରେ ମାଗଣା ଟିଭି ସମେତ ଆକର୍ଷଣୀୟ ମେଗା କମ୍ବୋ ଡିଲ ପ୍ରଦାନ କରୁଛି, ଯାହା ଗ୍ରୀଷ୍ମ ଋତୁରେ ଅଧିକ କ୍ରୟ ସମୟରେ ଉନ୍ନତ ମୂଲ୍ୟ ଦେଉଛି ।
ଏହି ପଦକ୍ଷେପ ସହଜ ଋଣ ବିକଳ୍ପ, ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର, ଶୀଘ୍ର ଡେଲିଭରି ଓ ଇନ୍ଷ୍ଟଲେଶନ ସର୍ଭିସ ସହ ସାମଗ୍ରିକ ଗ୍ରାହକ ସୁବିଧାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେଉଛି, ଯାହା ଏକ ବାଧାମୁକ୍ତ ସପିଂ ଅନୁଭୂତି ନିଶ୍ଚିତ କରିଥାଏ । ଗ୍ରୀଷ୍ମ ଋତୁର ଆବଶ୍ୟକତା ପାଇଁ ନିର୍ମିତ ଏୟାର କଣ୍ଡିସ୍ନର, ରେଫ୍ରିଜରେଟର, ୱାଶିଙ୍ଗ ମେଶିନ ଓ ସ୍ମାର୍ଟ ଟେଲିଭିଜନ ଭଳି ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟଗୁଡିକର ଏକ ବିସ୍ତୃତ ରେଞ୍ଜ ସହିତ ରିଲାଏନ୍ସ ଡିଜିଟାଲ ଓଡିଶାରେ ଉପଭୋକ୍ତାଙ୍କର ବିକଶିତ ଜୀବନଶୈଳୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି ।
ଏହି ଫେଷ୍ଟିଭ କ୍ୟାମ୍ପେନ ମାଧ୍ୟମରେ ରିଲାଏନ୍ସ ଡିଜିଟାଲ ଆଧୁନିକ ଟେକ୍ନୋଲୋଜିକୁ ଅଧିକ ପହଂଚଯୋଗ୍ୟ ଓ ସୁଲଭ କରିବା ସହ ଓଡିଆ ପରିଚୟକୁ ପାଳନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଉତ୍କଳ ଦିବସ ଅଭିଯାନ ରାଜ୍ୟରେ ନିଜର ଗ୍ରାହକଙ୍କୁ ଉଦ୍ଭାବନ, ସୁବିଧା ଓ ମୂଲ୍ୟ ପ୍ରଦାନ କରିବା ସହିତ ସ୍ଥାନୀୟ ଭାବନା ସହ ସଂଯୋଜିତ ହେବା ପାଇଁ ବ୍ରାଣ୍ଡର ନିରନ୍ତର ପ୍ରୟାସର ଏକ ପ୍ରତିଫଳନ ଭାବେ ଉଭା ହୋଇଛି ।