ବଦଳିଲା ପାଣି ପାଗ, ରାଜ୍ୟରେ ଏହି ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା!
 

Weekly Horoscope from 25th February 2024 to 2nd march 2024
 
 
Rainfall in Odisha cloudy weather to continue till Feb 27
ତାତିରୁ ମିଳିଲା ଆଶ୍ୱସ୍ତି, ଏହି ଦିନ ଯାଏଁ ହାଲୁକା ବର୍ଷା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ୩ ଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି। କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୨୫ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ-ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ସେହିପରି ୨୬ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। 

ଆଧିକ ପଢନ୍ତୁ : ମଙ୍ଗଳ ଓ ଶୁକ୍ରଙ୍କ ହେବ ମହାସଂଯୋଗ, ଖୁବ ଶୀଘ୍ର ମାଲାମାଲ ହେବେ ଏହି ୩ ରାଶି !

୨୭ ତାରିଖରେ ଉତ୍ତର-ଉପକୂଳ ଓଡ଼ିଶାର କେତେକ ସ୍ଥାନ ସମେତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। 

୨୮ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅପରକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଅନୁଭୂତ ହୋଇଥିବା ବେଳେ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଥିବା ଜଣାପଡ଼ିଛି।

ଆଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ସହ ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ