ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଙ୍ଘର ବଡ ନିଷ୍ପତ୍ତି, ପଶ୍ଚିମ ଓଡ଼ିଶା ଧର୍ମଘଟରୁ...
 

Private Bus Owners Association withdraws from proposed bus strike
 
 
Private Bus Owners Association withdraws from proposed bus strike
ହେବନି ବସ୍ ଧର୍ମଘଟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରସ୍ତାବିତ ଧର୍ମଘଟରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ । ପଶ୍ଚିମ ଓଡିଶାର ୧୦ ଜିଲ୍ଲାରେ ୨୫ ଟି ସଙ୍ଘ ଆସନ୍ତା କାଲି ହେବାକୁ ଥିବା ୨୪ ଘଣ୍ଟିଆ ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଦେଲେ ସୂଚନା ।

ଅଧିକ ପଢ଼ନ୍ତୁ : ବାଘ ଆତଙ୍କ, କାଲି ୮ ବର୍ଷର ଶିଶୁଙ୍କୁ ଝାମ୍ପିନେଲା, ଆଜି ଗୁହାଳରେ ପଶି ଗାଈକୁ ଝୁଣି ଖାଇଲା

ସୂଚନାଯୋଗ୍ୟ, ଦଶହରା ସମୟରେ ଘରୋଇ ବସ୍ ମାଲିକ ସଙ୍ଘ ଧର୍ମଘଟ ଡାକରା ଦେଇଥିଲା । ଫଳରେ ଯାତ୍ରୀ ସେବାରେ ସମସ୍ୟା ଉପୁଜିଥିଲା । ଦଶହରା ଛୁଟିରେ ଲୋକେ ଘରକୁ ଯିବାକୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଅଧିକ ପଢ଼ନ୍ତୁ : ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗତ ୨୦ ତାରିଖରେ ବସ୍ ଧର୍ମଘଟକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ସଙ୍ଘ । ଏହାସହ ପାର୍ବଣରେ ଧର୍ମଘଟ ଯୋଗୁଁ ସମସ୍ୟା ହୋଇଥିବାରୁ ଯାତ୍ରୀଙ୍କୁ କ୍ଷମା ମାଗିଥିଲା ଘରୋଇ ବସ୍ ମାଲିକ ସଙ୍ଘ ।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ