ଅତ୍ୟଧିକ ଉତ୍ତେଜିତ ହେବାରୁ ଏଏସଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁ, ସୂଚନା ଦେଲେ ଏସପି
 

Post Mortem Report Reveals ASI Lugun Died Due To Excited Delirium
 
 
ଏଏସଆଇ ଆଲିସ ଲୁଗୁନଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ

ଓଡ଼ିଆ ଗସିପ୍ ବ୍ୟୁରୋ: ଏଏସଆଇ ଆଲିସ ଲୁଗୁନଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହେଲା। ଅତ୍ୟଧିକ ଉତ୍ତେଜନା କାରଣରୁ ହୋଇଛି ମୃତ୍ୟୁ। କୌଣସି ଆକ୍ରମଣ ହୋଇନାହିଁ। ଶରୀରରେ କୌଣସି କ୍ଷଚଚିହ୍ନ ନାହିଁ। ଏହା ହତ୍ୟା ଘଟଣା ନୁହେଁ ବୋଲି ଵ୍ୟଵଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ଟିମ ଅଫ ଡକ୍ଟର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ଵ୍ୟଵଛେଦ ରିପୋର୍ଟ ଏମ୍ସ ହସ୍ପିଟାଲ ପଠାଯାଇଥିଲା। ଉଦିତନଗର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ। ଶଵ ଵ୍ୟଵଛେଦ ରିପୋର୍ଟ ଆସିବା ପରେ ଉଦିତନଗର ଥାନାରେ ରୁଜ୍ଜୁ ହୋଇଥିବା ହତ୍ୟା ମାମଲା ୩୦୨ ଦଫା ରହିଵ ନାହିଁ। ଡ୍ୟୁଟି ସମୟରେ ପୋଲିସ ଏଏସଆଇଙ୍କୁ ବିରୋଧ କରିଥିବା ଦଫା ଲାଗିଵ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଯେଉଁମାନେ ଗଣ୍ଡଗୋଳ କରିଥିଲେ ସମସ୍ତଙ୍କୁ ଧରାଯିଵ। ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି । ଗତ ଅକ୍ଟୋବର ଏକ ତାରିଖରେ ପୋଲିସ ଏଏସଆଇ ଆଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଉଦିତନଗର ଥାନାରେ ହତ୍ୟା ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ସ୍ବଛତା ଓ ନିରପେକ୍ଷତାର ସହ ତଦନ୍ତ ଜାରି ରହିଛି।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...