Odisha Cabinet: ରାଜ୍ୟ କ୍ୟବିନେଟରେ୧୬ଟି ପ୍ରସ୍ତାବକୁ ଅନୁମୋଦନ...ଜାଣନ୍ତୁ କ'ଣ?

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ଗତକାଲି ରାଜ୍ୟ କ୍ୟବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ବା ଭିସୁଟ୍‌କୁ ଜାତୀୟ ସ୍ତରର ଏକ ପ୍ରମୁଖ ବୈଷୟିକ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ପରିଣତ କରାଯିବ । ଭିଏସ୍‌ଏସ୍‌ୟୁଟି ପୁନଃବିକାଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ୟାକେଜ୍‌-୧ରେ ୯୨୯ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ତେବେ ଏହାକୁ ଏନ୍‌ସିସି ଲିମିଟେଡ୍‌ ସଂସ୍ଥା କରିବ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ, ଗବେଷଣା ଏବଂ ଆବାସିକ ଆବଶ୍ୟକତାକୁ ପୂରଣ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରସ୍ତାବିତ ପ୍ରକଳ୍ପରେ ଶୈକ୍ଷିକ ବ୍ଲକ୍‌, ପରୀକ୍ଷାଗାର, ଛାତ୍ରାବାସ, ଉପଯୋଗିତା ପ୍ରଣାଳୀ, ସୁବିଧା ସମ୍ବନ୍ଧିତ ସ୍ଥଳବିକାଶ କାର୍ଯ୍ୟ ଅର୍ନ୍ତଭୁକ୍ତ ।

ସେହିପରି ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏଥିରେ ହିତାଧିକାରୀଙ୍କୁ ମିଳିବ ଅଧିକ ୫ କିଲୋ ଚାଉଳ । ଏହି ନୂଆ ଯୋଜନାରେ ମାସକୁ ୭୩୪ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ଷକୁ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବ 

। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୧ କୋଟି ୯୬ ହଜାର ପରିବାର ଉପକୃତ ହେବାକୁ ଥିବା ବେଳେ ୩କୋଟି ୨୮ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।