ସୁଇସାଇଡ ନୋଟରେ ମୃତ୍ୟୁର କାରଣ ଲେଖି ଆତ୍ମହତ୍ୟା କଲେ ହାଇଦ୍ରାବାଦରେ ପଢ଼ୁଥିବା ଓଡ଼ିଆ IIT ଛାତ୍ରୀ 

Odia IIT Hyderabad girl student commits suicide due to mental stress
 
ହାଇଦ୍ରାବାଦରେ ଓଡ଼ିଆ IIT ଛାତ୍ରୀଙ୍କ ମୃତ୍ୟୁ: ପୋଲିସ ଜବତ କଲା ଏକ ସୁଇସାଇଡ ନୋଟ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଇଆଇଟି, ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ହଷ୍ଟେଲ ବନ୍ଦ କୋଠରୀରୁ ମିଳିଲା ମୃତଦେହ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଝିଅ ନମିତା ନାଏକଙ୍କ ମୃତଦେହ ହଷ୍ଟେଲ ରୁମରୁ ଉଦ୍ଧାର ହୋଇଛି । ପୋଲିସ ଛାତ୍ରୀଙ୍କ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଛି । ସେଥିରେ ଅର୍ଥାଭାବ ଓ ପାଠପଢ଼ାର ଚାପ ଯୋଗୁ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି । ସଂଗାରେଡ୍ଡୀରେ ଥିବା ଆଇଆଇଟି, ହାଇଦ୍ରାବାଦରେ ନମିତା ନାଏକ ଏମଟେକ କରୁଥିଲେ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ତେବେ ନମିତା ଆତ୍ମହତ୍ୟା କରିଥିବା ସୋମବାର ରାତି ପ୍ରାୟ ୯ଟାରେ କଲେଜ କର୍ତ୍ତୃପକ୍ଷ ସଂଗାରେଡ୍ଡୀ ଥାନାକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଯାଞ୍ଚ ବେଳେ ଛାତ୍ରୀଙ୍କ ରୁମରୁ ଏକ ସୁଇସାଇଡ ନୋଟ ପୋଲିସ୍‌କୁ ମିଳିଛି। ସେଥିରେ ଛାତ୍ରୀ ଜଣକ ଅର୍ଥାଭାବ ଓ ପାଠ ପଢ଼ାର ଚାପ ଯୋଗୁ ଆତ୍ମହତ୍ୟା କରିଥିବା ଲେଖିଛି ବୋଲି ପୋଲିସ୍‌ ସୂଚନା ଦେଇଛି। 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ମୃତା ଛାତ୍ରୀ ଜଣଙ୍କ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିବା ବେଳେ ତାଙ୍କର ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ତାଙ୍କୁ ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ କହିଛନ୍ତି ।