ଝିଅକୁ ହତ୍ୟା ପରେ, ପ୍ରେମିକ ସହ ମିଶି ଚଳନ୍ତା ଟ୍ରେନ୍ରୁ ଝିଅର ମୃତଦେହକୁ ଫିଙ୍ଗିଦେଲା ମା'...
ଓଡ଼ିଆ ଗସିପ ବ୍ୟୁରୋ: ଯିଏ ଜନ୍ମ ଦେଇଥିଲା, ଦିନେ ସେ ଜୀବନ ନେଇଗଲା । ସନ୍ତାନକୁ ସୁରକ୍ଷା ଦେବା ପରିବର୍ତ୍ତେ ରାକ୍ଷସୀ ସାଜି ଝିଅର ହତ୍ୟାକାରୀ ସାଜିଲା ମା’ । ପ୍ରେମିକ ସହ ମିଶି ନିଜ ଜନ୍ମ କଲା ଝିଅର ଜୀବନ ନେବାସହ ଚଳନ୍ତା ଟ୍ରେନ୍ରୁ ମୃତଦେହ ପିଙ୍ଗିଲେ ମହିଳା ।
ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲ୍ଲାରେ ଗୁରୁବାର ଏହି ଘଟଣା ଘଟିଛି । ମହିଳା ଜଣକ ୩ ବର୍ଷର ଝିଅକୁ ହତ୍ୟା କରିବା ପରେ ମୃତଦେହକୁ ଚଳନ୍ତା ଟ୍ରେନ୍ରୁ ଫିଙ୍ଗି ଦେଇଥିଲେ । ଘଟଣାର ଖୋଳତାଡ଼ ପରେ ଏଥିରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ୍ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭାଇ ସାମ୍ନାରୁ ଭଉଣୀକୁ ଟେକି ନେଲେ ଦୁଷ୍କର୍ମକାରୀ, ଆଉ ତା ପରେ ଯାହା ହେଲା ଆପଣ ଜାଣି କାନ୍ଦି ପକାଇବେ...
ପୋଲିସ୍ ସୂଚନା ଅନୁସାରେ, ସୋମବାର ମଧ୍ୟରାତ୍ରରେ ସୁନୀତା ଝିଅ କିରଣର ଗଳା କାଟି ହତ୍ୟା କରିଥିଲା । ଏହାପରେ ପ୍ରେମିକ ସନ୍ନିର ସହାୟତାରେ ମୃତଦେହକୁ ବେଡ୍ଶିଟ୍ରେ ଗୁଡ଼ାଇ ଥିଲା ସୁନୀତା ।
ପରେ ଉଭୟ ଶ୍ରୀଗଙ୍ଗନଗର ରେଲ୍ୱେ ଷ୍ଟେସନ ଯାଇଥିଲେ । ମଙ୍ଗଳବାର ସକାଳ ୬ଟା ୧୦ରେ ସୁନୀତା ଓ ସନ୍ନି ଟ୍ରେନ୍ ଧରିଥିଲେ । ତେବେ ଫାତୁହି ରେଲ୍ୱେ ଷ୍ଟେସନ ପୂର୍ବରୁ ଟ୍ରେନ୍ ବ୍ରିଜ୍ରେ ଗଡ଼ିବା ମାତ୍ରେ ସେମାନେ ମୃତଦେହ ଚଳନ୍ତା ଟ୍ରେନ୍ରୁ ଫିଙ୍ଗିଥିଲେ ।
ସେମାନେ ମୃତଦେହ କେନାଲରେ ଫିଙ୍ଗିବାକୁ ଚାହୁଁଥିଲେ, ହେଲେ ଏହା ରେଲ୍ୱେ ଟ୍ରାକ୍ ନିକଟରେ ପଡ଼ି ଯାଇଥିଲା । ଫଳରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ମଙ୍ଗଳବାର ସକାଳେ ମୃତଦେହ ଉଦ୍ଧାର ହୋଇଥିଲା ।