ଫେରିବାଲା ବେଶରେ ଗଞ୍ଜେଇ ଚାଲାଣ, ୧୨ କୋଟିର ନିଶାଦ୍ରବ୍ୟ ଜବତ

 

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ୧/୧୦/୨୦୨୫ ): ଫେରିବାଲା ବେଶରେ ବିକ୍ରି କରୁଥିଲେ ଗଞ୍ଜେଇ, ମାଡ଼ିବସିଲା ଅବକାରୀ ଟିମ୍ । ତୁଷୁରା-ବଲାଙ୍ଗୀର ରାସ୍ତାରେ ବଲାଙ୍ଗୀର ଅବକାରୀ ଟିମ୍‌ର ଚଢ଼ାଉ । ୨ଟି ଗଞ୍ଜେଇ ଭର୍ତ୍ତି ପିକଅପ ଗାଡ଼ି ସହ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ୪ ଗଞ୍ଜେଇ ମାଫିଆଙ୍କୁ ଗିରଫ କଲା ଅବକାରୀ ବିଭାଗ ।

୪ ଜଣ ଯୁବକ ବାଲିଗୁଡ଼ାରୁ ଗଞ୍ଜେଇ ଆଣି ତୁଷୁରା ଭାୟା ରାୟପୁର ଦେଇ ଶାଢ଼ିକପଡ଼ା ଭର୍ତ୍ତି ବ୍ୟାଗରେ ଦିଲ୍ଲୀକୁ ଚାଲାଣ କରୁଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ। ଚାଲାଣ କରିବାବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି ।