ମାସେ ପୂର୍ବରୁ ସ୍ତ୍ରୀଙ୍କର ହୋଇଥିଲା ମୃତ୍ୟୁ ଏବେ ଝିଅକୁ ଧରି ନଦୀକୁ ଡେଇଁଲା ବାପା, ମିଳୁନି ପତ୍ତା...
 

Man jumped into the Baitarani River with his minor daughter 
 
ଝିଅକୁ ଧରି ନଦୀକୁ ଡେଇଁଲା ବାପା, ମିଳୁନି ପତ୍ତା...
 

ଓଡ଼ିଆ ଗସିପ୍ ବ୍ୟୁରୋ: ଝିଅକୁ ଧରି ନଦୀକୁ ଡେଇଁଲା ବାପା । ଭଦ୍ରକ ଆଖୁଆପଦା ବୈତରଣୀକୁ ବାପାଝିଅ ଡେଇଁପଡ଼ିଛନ୍ତି । ଗତକାଲି ରାତିରେ ଆଖୁଆପଦା ପୋଲରୁ ଡେଇଁ ବାପାଝିଅ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ଭଣ୍ଡାରିପୋଖରୀ ଥାନା ପରମାନନ୍ଦପୁର ଗାଁରେ ଚନ୍ଦନଙ୍କ ଘର । ମାସେ ପୂର୍ବରୁ ଚନ୍ଦନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ରାତି ୯ଟା ସମୟରେ ବାପାଝିଅ ମୋଟର ସାଇକେଲରେ ପୋଲ ଉପରକୁ ଆସିଥିଲେ । 

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ପରେ ଝିଅକୁ ଧରି ବାପା ନଦୀକୁ ଡେଇଁପଡ଼ିଥିଲେ । ପୋଲ ଉପରେ ବାଇକ ସହିତ ଚପଲ ଓ ମୋବାଇଲ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ କେଉଁପରିସ୍ଥିତିରେ ଝିଅକୁ ଧରି ବାପା ନଦୀକୁ ଡେଇଁଲେ ସେନେଇ ତଦନ୍ତ ଜାରି ରହିଛି । କିଛି ଗଣମାଧ୍ୟମ ଖବର ମୁତାବକ ମାନସିକ ଚାପରୁ ଏଭଳି ନିଷ୍ପତି ନେଲେ ବୋଲି ସୂଚନା ମଧ୍ୟ ମିଳିଛି ।

ଅଧିକ ପଢ଼ନ୍ତୁ: ଏଣିକି ଗାଁରୁ ଗଡ଼ିବ ସରକାରୀ ଗାଡ଼ି, ଓଡିଶା ପହଞ୍ଚିଲା ଲାକ୍‌‌ମୀ ବସ୍‌‌ , ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି