ଆରମ୍ଭରୁ ହଇରାଣ କରିବାକୁ ମନ କରିଛି କି ମୌସୁମୀ; ଗାର୍ଲଫ୍ରେଣ୍ଡ ଭଳି ଖେଳୁଛି ଲୁଚକାଳି

 

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ନାହିଁ ନାମ୍ ବଡ଼ା ଦର୍ଶନ ଛୋଟା ବର୍ତ୍ତମାନର ପାଣିପାଗକୁ ନେଇ ଏମିତି କହିବା ଆମ ମତରେ କିଛି ବି ଭୁଲ୍ ହେବନି । ଏଇ ଯେମିତି ହେଇ ଆଇଲା ଆଇଲା କହି ଦି ଦିନ କଣ ବର୍ଷିଦେଲା ତା ପରେ ଆଉ ବର୍ଷ। ନାହିଁ । ମୌସୁମୀ ପୂର୍ବରୁ ଯାହା କାଳବୈଶାଖୀର ତାଣ୍ଡବ ଲୋକେ ଦେଖିଲେ ସିନା ମୌସୁମୀର ଶୀତଳ ଛୁଆଁ ମିଳିପାରିଲା ନାହିଁ ।

ସମୁଦ୍ରକୁ ଶଙ୍ଖେ ନ୍ୟାୟରେ କଣ ଟୋପେ ବର୍ଷି ଦେଇ ବର୍ଷା ଯାଇଛି ଯେ, ଆଉ ଆସିବାର ସମ୍ଭାବନା ଥିବା ଭଳି କାହିଁ ମନେ ହେଉନାହିଁ । ଆଉ ଏଭଳି ସମୟରେ ପାଣିପାଗ ନେଇ ଜନହିତରେ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


 

ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା। ୩ରୁ ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୨ ଏବଂ ୩ ତାରିଖ ଆଡକୁ ବର୍ଷା ବଢ଼ିପାରେ। ୨ ଏବଂ ୩ ତାରିଖରେ ଉପକୂଳ ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମଧ୍ୟପ୍ରଦେଶ କେନ୍ଦ୍ରୀୟ ଅଞ୍ଚଳରୁ ଏକ ଲଘୁଚାପ କ୍ଷେତ୍ର ବାହାରି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଦେଇ ନାଗାଲାଣ୍ଡ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଥିବା ପାଣିପାଗ ବିଭାଗ କହିଛି। ...