ଲଘୁଚାପ କ୍ଷେତ୍ର ସକ୍ରିୟ, ଶୁକ୍ରବାର ସକାଳ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା
Low Pressure Is Active Over Bay Of Bengal
May 23, 2024, 11:23 IST

ବଳ ଗୋଟାଉଛି ଲଘୁଚାପ, ଏଠି ବିଜୁଳି ଘଡ଼ଘଡ଼ି ସହ ବର୍ଷା!
ଓଡ଼ିଆ ଗସିପ୍ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ହେବାରେ ଲାଗିଛି । ଉତ୍ତରପୂର୍ବ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ସକାଳେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ।
ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...
ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଉପକୂଳରେ କୋହୋଲା ପାଗ ସହ ସମୁଦ୍ର ଅଶାନ୍ତ ରହିବ।
ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି।
ଅଧିକ ପଢନ୍ତୁ : ଜୁନ୍ ମାସରେ ବଦଳିବ ୩ ରାଶିର ଭାଗ୍ୟ, ଏମାନଙ୍କ ଉପରେ ପଡିବ ବଡ଼ ପ୍ରଭାବ!