ବଙ୍ଗୋପସାଗରରେ ପୁଣି ଲଘୁଚାପ ଘନିଭୂତ, ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଏକ ଅପରଏୟାର ୱେଷ୍ଟର୍ଲି ଟ୍ରଫ ଓଡ଼ିଶା ଏବଂ ପଶ୍ଚିମବଂଗ ଉପକୂଳ ଆଡ଼କୁ ଗତି କରୁଥିବା ହେତୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଜିଲ୍ଲାରେ ମଙ୍ଗଳବାର ରାତିଠାରୁ ଘଡ଼ଘଡ଼ି ସହ ସାମାନ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟିର ପରିବେଶ୍ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଦର୍ଶାଯାଇଛି ଯେ କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ, ବଲାଙ୍ଗିର, ବୋୖଦ୍ଧ ଏବଂ ସୋନପୁରରେ ବର୍ଷା
 

ଭୁବନେଶ୍ୱର: ଏକ ଅପରଏୟାର ୱେଷ୍ଟର୍ଲି ଟ୍ରଫ ଓଡ଼ିଶା ଏବଂ ପଶ୍ଚିମବଂଗ ଉପକୂଳ ଆଡ଼କୁ ଗତି କରୁଥିବା ହେତୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଜିଲ୍ଲାରେ ମଙ୍ଗଳବାର ରାତିଠାରୁ ଘଡ଼ଘଡ଼ି ସହ ସାମାନ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟିର ପରିବେଶ୍ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଦର୍ଶାଯାଇଛି ଯେ କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ, ବଲାଙ୍ଗିର, ବୋୖଦ୍ଧ ଏବଂ ସୋନପୁରରେ ବର୍ଷା ହେବାର ସମ୍ଭାବନା ରହିଛି ।

ବୁଲେଟିନରେ ଆହୁରି ମଧ୍ୟ କୁହାଯାଇଛି ଦକ୍ଷଣି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୭୨ ଘଂଟା ମଧ୍ୟରେ ଘନୀଭୂତ ହେବ ଏବଂ ଏହା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇବ ।

ଉପକୂଳ ଅତିକ୍ରମ କରିବା ପରେ ଏହା ଓଡ଼ିଶାକୁ ଆସିପାରେ ଓ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଉପକୂଳ ଅଂଚଳର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୫ ଓ ୧୬ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଡିସେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।