Puri Ratna Bhandar: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀଙ୍କ ସମୀକ୍ଷା, ଓଜନ ହେବ, ମୂଲ୍ୟାୟନ ହେବନାହିଁ

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ । ମେଳକ ସହ ଏହା ଓଜନ କରାଯିବ । ଅଳଙ୍କାରର ନାମ ଜେମୋଲୋଜିଷ୍ଟ ଚିହ୍ନଟ କରିବେ। ମାତ୍ର ଏହାର ମୂଲ୍ୟାୟନ ହେବ ନାହିଁ। ଶୁଦ୍ଧପୁତ ଭାବେ ସ୍ବତନ୍ତ୍ର ଏକକ ପାରମ୍ପରିକ ପରିଧାନ ସହ କେବଳ ଅଧିକୃତ ସଦସ୍ୟମାନେ ରତ୍ନଗଣତି ପ୍ରକ୍ରିୟାରେ ସାମିଲ ହେବେ । 

ଅଳଙ୍କାରର ଡିଜିଟାଲ୍‌ ଫଟୋଗ୍ରାଫି କରାଯିବ । ଚିହ୍ନଟ, ଗଣତି ଓ ଓଜନ ପରେ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ରଖାଯିବ । ରତ୍ନ ଅଳଙ୍କାର ଗଣତିମଣତି ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଏହି କାର୍ଯ୍ୟକୁ ସମର୍ପି ଦେଇଛୁ ବୋଲି କହିଛନ୍ତି ମନ୍ତ୍ରୀ । ସେ ନିଜେ ହିଁ ନିଜର କାର୍ଯ୍ୟ କରାଇବେ । ଆପଣଙ୍କୁ ଜଣଇଦେଉଛୁ ଯେ, ୨୫ ତାରିଖରେ ଆରମ୍ଭ ହେବ ଗଣତି । 

ମଧ୍ୟାହ୍ନ ୧୨ଟା ୯ ମିନିଟ୍‌ରୁ ୧ଟା ୪୫ ମଧ୍ୟରେ ମାହେନ୍ଦ୍ର ବେଳା ରହିଛି। ତେବେ ଗଣତି ମଣତି ପ୍ରକ୍ରିୟା କେବେ ଶେଷ ହେବ, ତାହା କହିହେବ ନାହିଁ। ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ସମସ୍ୟା ନହୁଏ, ଏହାକୁ ଦୃଷ୍ଟିରେ ରଖି ଏସ୍‌ଓପି ପ୍ରସ୍ତୁତ ହୋଇଛି। 

ରତ୍ନ ଅଳଙ୍କାର ଚିହ୍ନିବା ପାଇଁ ୨ ଜଣ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ସମସ୍ତ ଅଳଙ୍କାରର ନାମ ସିନ୍ଦୁକରେ ସ୍ପଷ୍ଟ ଭାବେ ଲେଖାଯିବ। ଡିଜିଟାଲ୍‌ ଫଟୋଗ୍ରାଫି ସହ ତାଲିକା କରି ତଥ୍ୟ ରଖାଯିବ ବୋଲି ସେ କହିଛନ୍ତି। ୧୯୭୮ ମସିହାରେ ଗଣତିମଣତି ପାଇଁ ୭୨ ଦିନ ସମୟ ଲାଗିଥିଲା। ଏହାର ତାଲିକା