ଏହି କାରଣ ପାଇଁ ଆସନ୍ତାକାଲି ବନ୍ଦ ରହିବ ଓଡିଶା; କଂଗ୍ରେସ ଦେବ ସମର୍ଥନ...
ଓଡ଼ିଆ ଗସିପ ବ୍ୟୁରୋ: ୨୮ ଜାନୁଆରୀ ୨୦୨୬ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ମୁଖ୍ୟତଃ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଉଛି ଏବଂ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛି । ବନ୍ଦର ସମୟ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ।
ବନ୍ଦର ପ୍ରମୁଖ କାରଣ ଚାଷୀ ସମସ୍ୟା ରହିଛି । ଧାନ କ୍ରୟରେ ଅନିୟମିତତା ବିରୋଧରେ ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେବା ଦାବିରେ ବନ୍ଦ ଡାକରା ଦିଆଯାଇଛି । ଦ୍ୱିତୀୟ କାରଣ ବିଦ୍ୟୁତ୍ ଶୁଳ୍କ ରାଜ୍ୟରେ ସ୍ମାର୍ଟ ମିଟର ଲଗାଯିବା ଏବଂ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି । ଏବଂ ପରିବହନ ଜରିମାନା ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଆଦାୟକୁ ବିରୋଧ କରି ଏହି ବନ୍ଦରେ ସାମିଲ ହେବାକୁ ଯାଉଛନ୍ତି ହଜାର ହଜାର ଚାଷୀ ଏବଂ କର୍ମୀ ।
କ’ଣ ପ୍ରଭାବିତ ହୋଇପାରେ?
ଯାତାୟାତ ବସ୍, ଅଟୋ ଏବଂ ଟ୍ୟାକ୍ସି ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ବିଭିନ୍ନ ସ୍ଥାନରେ ରାସ୍ତା ରୋକ ହେବାର ସମ୍ଭାବନା ଅଛି । ଦୋକାନ ବଜାର, ସହରର ମୁଖ୍ୟ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିପାରେ । ଶିକ୍ଷାନୁଷ୍ଠାନ, କେତେକ ଘରୋଇ ସ୍କୁଲ ଓ କଲେଜ ସୁରକ୍ଷା ଦୃଷ୍ଟିରୁ ଛୁଟି ଘୋଷଣା କରିପାରନ୍ତି ।
ତେବେ ସରକାରୀ ସ୍ତରରେ କୌଣସି ଛୁଟି ଘୋଷଣା ହୋଇନାହିଁ । ଜରୁରୀକାଳୀନ ସେବା ଆମ୍ବୁଲାନ୍ସ, କ୍ଷୀର ଗାଡ଼ି ଏବଂ ଡାକ୍ତରଖାନା ଭଳି ଜରୁରୀକାଳୀନ ସେବା ଏହି ବନ୍ଦରୁ ମୁକ୍ତ ରହିବ ।
ସତର୍କତା: ଯଦି ଆପଣଙ୍କର କୌଣସି ଜରୁରୀ ଯାତ୍ରା ଅଛି, ତେବେ ସକାଳ ୬ଟା ପୂର୍ବରୁ ବାହାରିବାକୁ ଚେଷ୍ଟା କରନ୍ତୁ ।