ଆସନ୍ତା ୫ଦିନ ପର୍ଯ୍ୟନ୍ତ ପୁଣି ବର୍ଷିବ: ରାଜ୍ୟର ୬ ଜିଲ୍ଲାକୁ ୱାର୍ଣ୍ଣିଙ୍ଗ

IMD predicts thunderstorm and heavy rainfall in 6-districts of Odisha 
 
IMD predicts thunderstorm and heavy rainfall in 6-districts of Odisha

ଆଜି ୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମୌସୁମିକର ନିମ୍ନ ଚାପରେଖା ସକ୍ରିୟ ରହିଥିବା ବେଳେ ବିହାର ଏବଂ ତାହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଅଧିକ ତାପମାତ୍ରା ସାଙ୍ଗକୁ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପାଇଁ ପାଗ ଅନୁକୂଳ ରହୁଛି। ରବିବାର ରାଜ୍ୟର କିଛି ସ୍ଥାନରେ ଏହି ସ୍ଥିତିରେ ବର୍ଷା ହୋଇଥିବା ବେଳେ ସୋମବାର ୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। 

ଅନ୍ୟପଟେ ମଙ୍ଗଳବାର ମଧ୍ୟ କିଛି ଜିଲ୍ଲାରେ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୧ ମିମି ବର୍ଷା ହୋଇଥିବା ବେଳେ ଜଗତସିଂହପୁରରେ ୧୯ ଓ ତାଳଚେରରେ ୧୫ ମିମି ବର୍ଷା ରେକର୍ଡ କରାଯାଇଛି।