ବଙ୍ଗୋପସାଗରରେ ଭୟଙ୍କର ରୂପ ନେଉଛି ବାତ୍ୟା, ୧୩ରେ କରିପାରେ ଲ୍ୟାଣ୍ଡଫଲ, ଓଡିଶା କିଛି ଏପରି ରହିଛି ପ୍ରଭାବ…

ଓଡ଼ିଆ ଗସିପ ବ୍ୟୁରୋ: ପ୍ରତି ବର୍ଷ ଅକ୍ଟୋବର ମାସରେ ଗୋଟେ କି ଦୁଇଟି ବାତ୍ୟା ନିଶ୍ଚିନ୍ତ ଆସିଛି । ଏହା ନୂଆ କଥା ନୁହେଁ । ପୂର୍ବରୁ ଏହି ମାସରେ ସାମୁଦ୍ରିକ ଝଡ଼ ତାଣ୍ଡବ ରଚି ସାରିଛି । ତେବେ ପୁଣି ଥରେ ଓଡିଶା ଆଡକୁ ମାଡି ଆସୁଛି ଆଉ ଏକ ବାତ୍ୟା । ଆସନ୍ତା ୯ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶକ୍ତିଶାଳୀ ହେବା ସହ ବାତ୍ୟା
 

ଓଡ଼ିଆ ଗସିପ ବ୍ୟୁରୋ: ପ୍ରତି ବର୍ଷ ଅକ୍ଟୋବର ମାସରେ ଗୋଟେ କି ଦୁଇଟି ବାତ୍ୟା ନିଶ୍ଚିନ୍ତ ଆସିଛି । ଏହା ନୂଆ କଥା ନୁହେଁ । ପୂର୍ବରୁ ଏହି ମାସରେ ସାମୁଦ୍ରିକ ଝଡ଼ ତାଣ୍ଡବ ରଚି ସାରିଛି । ତେବେ ପୁଣି ଥରେ ଓଡିଶା ଆଡକୁ ମାଡି ଆସୁଛି ଆଉ ଏକ ବାତ୍ୟା ।

ଆସନ୍ତା ୯ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶକ୍ତିଶାଳୀ ହେବା ସହ ବାତ୍ୟା ରୂପ ନେବା ପରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର କରିପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପୂର୍ବାନମାନ କରିଛି । ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ । ବର୍ତ୍ତମାନ ଏକ ଲଘୁଚାପ କାରଣରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି ।

ତେବେ ଏହା କେତେ ଶକ୍ତିଶାଳୀ ହେବ ତାହା ପରେ ଜଣାପଡିବ । ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏପର୍ୟ୍ୟନ୍ତ ବାତ୍ୟାର ଶକ୍ତି ସମ୍ପର୍କରେ ଆକଳନ କରାଯାଇ ପାରି ନାହିଁ । ତେବେ ୯ କିମ୍ବା ୧୦ ତାରିଖ ଆଡକୁ ଚିତ୍ର ସ୍ପଷ୍ଟ ହେବ।

ଏହି ବାତ୍ୟା ଅକ୍ଟୋବର ୧୩ରୁ ୧୪ ମଧ୍ୟରେ ଓଡ଼ିଶା-ଆନ୍ଧ୍ର ଉପକୂଳର କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଥିବା ଆଇଏମଡି ପକ୍ଷରୁ ସୂଚନା ମିଳିଛି । ଜଣାପଡିଛି ଯେ ବାତ୍ୟା ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ନାହିଁ ତଥାପି ବି ଲଘୁଚାପ ପ୍ରଭାବରେ ୧୧ ରୁ ୧୩ ତାରିଖ ଯାଏ ରାଜ୍ୟର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବ ଲଘୁଚାପ ପ୍ରଭାବରେ ଆହୁରି ୪୮ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ନବରଙ୍ଗପୁର , ରାୟଗଡା , କନ୍ଧମାଳ , କଳାହାଣ୍ଡି , ଗଞ୍ଜାମ , ସୋନପୁର , ନୂଆପଡା , ବଲାଙ୍ଗୀର , ଅନୁଗୁଳ , କେନ୍ଦୁଝର , ବରଗଡ , ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ନଜର ରଖି ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।