ଆସନ୍ତା ୧୨ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ, ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

IMD issues alert for heavy rainfall in Odisha for next two days 
 
IMD issues alert for heavy rainfall in Odisha for next two days
ଆସନ୍ତା ୧୨ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ, ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା !

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଗତ ରାତିରୁ ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବକେୁ ମିଳିଛି । ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ଆସନ୍ତା ୧୨ ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜି ଆଉ କାଲି ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ । ଅନେକ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ସମ୍ବଲପୁରକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କନ୍ଧମାଳ, କଲାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଲାଗୁଚପକୁ ନଜରରେ ରଖି ସମୁଦ୍ରମଧ୍ୟକୁ ମାତ୍ସଜୀବିଙ୍କୁ ଯିବାକୁ ବାରଣ କରାଯାଇଛି । କୌଣସି ବନ୍ଦରକୁ ବିପଦ ସଂକେତ ଦିଆଯାଇନାହିଁ । ଶନିବାର ଠାରୁ ବର୍ଷା ପରିମାଣ କମିବା ସହ କିଛି ସ୍ଥାନରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଜି ଆଉ ଆସନ୍ତା କାଲି ଭୁବନେଶ୍ୱରରେ ବର୍ଷା ହେବ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି, ମୟୁରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବର୍ଷାର ପରିମାଣ ବୃଦ୍ଧି ହେବା ଦ୍ୱାରା ତଳିଆ ଅଞ୍ଚଳରେ ପାଣିଗୁଡ଼ିକ ଜମି ରହିବା ନେଇ ସମ୍ଭାବନା ଜାହିର କରିଛି ପାଣିପାଗ କେନ୍ଦ୍ର ।