ପଡ଼ୋଶୀଙ୍କ ବିବାହରେ ନାଚିବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

 

ଓଡ଼ିଆ ଗସିପ ବ୍ୟୁରୋ : ପୋଡ଼ାଶୀର ବିବାହ ଭୋଜିରେ ନାଚିବାକୁ ନେଇ ସ୍ୱାମୀ କୁରାଢ଼ୀ ବେଣ୍ଟରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି। ଅନାଥ ହୋଇଯାଇଛନ୍ତି ଦୁଇ ଶିଶୁ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ଅନ୍ତର୍ଗତ ପାଇକପଡ଼ା ଗ୍ରାମର ସିଂହ ସାହିରେ ଗତ କାଲି ଘରୋଇ କଲହରୁ ସ୍ଵାମୀ ସ୍ତ୍ରୀକୁ ହତ୍ୟା କରିଛି ।

ସୂଚନା ମୁତାବକ ଉକ୍ତ ଗ୍ରାମର ରାମ ସିଂ (୩୫)ଙ୍କ ପତ୍ନୀ ଶର୍ମିଳା ସିଂ(୩୦) ପୋଡ଼ାଶୀଙ୍କ ବିବାହ ଭୋଜି ଯାଇନାଚି ଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାମ ପ୍ରଥମେ ଶାବଳରେ ଶର୍ମିଳାଙ୍କୁ ଆକ୍ରମଣ କରିଥିଲେ ହଠାତ୍ ଶର୍ମିଳାଙ୍କ ପିଲାମାନେ ପହଞ୍ଚି ବାପାଙ୍କ ହାତରୁ ଶାବଳ ଛଡ଼ାଇନେଇ ଫୋପାଡି ଦେଇଥିଲେ ।

ଅଧିକ ପଢ଼ନ୍ତୁ : ଗେହ୍ଲିଙ୍କୁ ମାରି ଫ୍ୟାନରେ ଝୁଲାଇ ଦେଲା କି ଜଲ୍ହାଦ ସ୍ୱାମୀ; ଭୁବନେଶ୍ୱରରେ ଘଟିଛି ଘଟଣା

ଏହାପରେ ରାମ କୁରାଢ଼ୀର ବେଣ୍ଟ ଖୋଲି ସେଥିରେ ପିଟି ପିଟି ଶର୍ମିଳାଙ୍କୁ ଜୀବନରୁ ମାରି ଶେଷ କରିଦେଇଥିଲେ । ଅଭିଯୁକ୍ତ ଦୁଇ ଶିଶୁ ଏବେ ଅନାଥ ।

ଏହି ଖବର ପାଇବା ପରେ ଔପଦା ଥାନା ଏଏସଆଇ ପ୍ରବୋଧ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାମ ସିଂ କୁ ଥାନାରେ ଅଟକ ରହି ପଚରାଉଚୁରା ଜାରି ରଖିଛି । ଏନେଇ ଥାନାରେ ୫୧/୨୩ ମୂଳେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।