ଆଇଆଇସି ପାଇଁ ଦରଦ, ପୁଲିସ ବାବୁଙ୍କ ବଦଳି ନକରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ଭୁବନେଶ୍ୱର: ଗଞ୍ଜାମ ଆସ୍କା ସହରରେ ଆଜି ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ରାଜରାସ୍ତରେ ନିଆଁ ଜାଳିବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ରୂପ ନେଇଛି । ଏହା କୌଣସି ଗୋଷ୍ଠୀ ସଂଘର୍ଷ ନୁହେଁ ବରଂ ଆସ୍କା ଥାନା ଅଧିକାରୀଙ୍କ ଲାଗି ଲୋକମାନଙ୍କ ମନରେ ଗଢ଼ିଉଠିଥିବା ଦରଦର ଫଳସ୍ୱରୂପ । ଗତକାଲି ପୁଲିସ ମୁଖ୍ୟାଳୟରୁ ରାଜ୍ୟରେ କାର୍ଯ୍ୟରତ ଥିବା ୬୪ଜଣ ଥାନା ଅଧିକାରୀଙ୍କ ବଦଳି ତାଲିକା ବାହାରିଥିଲା । ଯେଉଁଥିରେ ଆସ୍କା ଥାନା ଅଧିକାରୀ ସନ୍ତୋଷ କୁମାର
 

ଭୁବନେଶ୍ୱର: ଗଞ୍ଜାମ ଆସ୍କା ସହରରେ ଆଜି ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ରାଜରାସ୍ତରେ ନିଆଁ ଜାଳିବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ରୂପ ନେଇଛି । ଏହା କୌଣସି ଗୋଷ୍ଠୀ ସଂଘର୍ଷ ନୁହେଁ ବରଂ ଆସ୍କା ଥାନା ଅଧିକାରୀଙ୍କ ଲାଗି ଲୋକମାନଙ୍କ ମନରେ ଗଢ଼ିଉଠିଥିବା ଦରଦର ଫଳସ୍ୱରୂପ ।

ଗତକାଲି ପୁଲିସ ମୁଖ୍ୟାଳୟରୁ ରାଜ୍ୟରେ କାର୍ଯ୍ୟରତ ଥିବା ୬୪ଜଣ ଥାନା ଅଧିକାରୀଙ୍କ ବଦଳି ତାଲିକା ବାହାରିଥିଲା । ଯେଉଁଥିରେ ଆସ୍କା ଥାନା ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ଗଞ୍ଜାମରୁ ରାଉରକେଲା ବଦଳି କରାଯାଇଛି । ତେଣୁ ଏହାକୁ ବିରୋଧ କରି ଲୋକେ ଆଜି ସକାଳୁ ତାତି ଉଠିଥିଲେ । ବଦଳି ଆଦେଶକୁ ରୋକିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ । ବାଟଘାଟରେ ଟାୟାର ଜାଳି ଆସ୍କା-କଳିଙ୍ଗା ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନକାରୀ ନାରାବାଜି ଲଗେଇଥିଲେ । ଯେଉଁଥିପାଇଁ ସହରରେ ଯାତ୍ରୀଙ୍କୁ ବହୁ ବାଧାବିଘ୍ନ ସହିବାକୁ ପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଥାନା ବାବୁ ଶ୍ରୀ ଜେନାଙ୍କ ଲୋକ ସମ୍ପର୍କ ପୁରା ଇଲାକାରେ ବେଶ ଭଲ ଥିଲା । ସହରରେ ଅପରାଧିକ ନିୟନ୍ତ୍ରଣ ପାଇଁ ମଧ୍ୟ ତାଙ୍କ ବହୁ ଭୂମିକା ରହିଛି । ତେଣୁ ତାଙ୍କୁ ଦବଳି ନକରିବା ପାଇଁ ଲୋକେ ଜିଦ ଧରି ବସିଛନ୍ତି । ସରକାର ଦାବି ପୁରଣ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।