ଅସୁସ୍ଥ ହୋଇଗଲେ ମହିଳା, ଓହ୍ଲାଇଦେଲେ ବସ ଚାଳକ; ରାସ୍ତା ଉପରେ ପୁଅ ସାମ୍ନାରେ ଆଖି ବୁଜିଲା ମାଆ

 

ଓଡ଼ିଆ ଗସିପ ବ୍ୟୁରୋ: ମରିଗଲା ମାନବିକତା । ଅସୁସ୍ଥ ମହିଳାଙ୍କୁ ରାସ୍ତାରୁ ଓହ୍ଲାଇ ଦେଲେ । ଆଉ ରାସ୍ତାରେ ଆଖି ବୁଜିଲେ ମହିଳା । ଗୁରୁବାର ଗଞ୍ଜାମ ସହର ଜାତୀୟ ରାଜପଥ ୧୬ରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦାୟକ ଘଟଣା ।

ମହିଳା ଜଣଙ୍କ ବସରେ ଭୁବନେଶ୍ୱରରୁ ଗଞ୍ଜାମ ଯାଉଥିଲେ । ହେଲେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ବସ ଚାଳକ ଓ କର୍ମଚାରୀ ତାଙ୍କୁ ଓ ତାଙ୍କ ପୁଅଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲେ । ଏପିରିକି ଅନ୍ୟ ଯାତ୍ରୀମାନେ ମଧ୍ୟ ସହଯୋଗର ହାତ ବଢାଇ ନଥିଲେ ।

ଅଧିକ ପଢ଼ନ୍ତୁ : ଗୋପାଳ ଦାସଙ୍କ ସରକାରୀ କ୍ୱାଟର୍ସରେ ମନ୍ତ୍ରୀ ନବ ଦାସ ହତ୍ୟା ଯୋଜନା ! କ୍ୱାଟର୍ସରେ ପହଁଚିଲା କ୍ରାଇମବ୍ରାଞ୍ଚ ଟିମ୍; ଲୁଚିଛି କି ଗୁରୁତ୍ୱପୂର୍ଣ୍ଣ ସୁରାକ ?

କିଛି ସମୟ ପରେ ପୁଅ ସାମ୍ନାରେ ମାଟି ରାସ୍ତା କଡରେ ଆଖି ବୁଜିଥିଲେ । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ ଗୌତମୀ ପଂଚାୟତ ପଦ୍ମତୋଳା ଗାଁର ରୁନୁ ସ୍ୱାଇଁ ଓ ପୁଅ ସୁଜିତ ସ୍ୱାଇଁ ଭୁବନେଶ୍ୱର ଏମ୍ସକୁ ଆସିଥିଲେ ।

ଉଭୟ ଏକ ଘରୋଇ ବସରେ ଭୁବନେଶ୍ୱର ଆସୁଥିଲେ । ହେଲେ ଗତକାଲି ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଗଞ୍ଜାମ-ହୁମ୍ମା ରାସ୍ତାରେ ହଠାତ ରୁନୁଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ।

ସୁଜିତ ତାଙ୍କ ମାଙ୍କୁ ହସ୍ପିଟାଲ ନେବାକୁ ଅନେକ ଲୋକଙ୍କୁ ନେହୁରା ହୋଇଥିଲେ । ହେଲେ କେହି ଶୁଣିନଥିବା ଅଭିଯୋଗ ହୋଇଛି ।